ଅକ୍ଟୋବରରେ ଆସୁଛି ଆଉ ଏକ ବାତ୍ୟା !, ଘରୋଇ ପାଣିପାଗ ସଂସ୍ଥାର ଆକଳନ

ଅକ୍ଟୋବର ଆଉ ଏକ ବାତ୍ୟାର ପୂର୍ବାନୁମାନ କରାଯାଉଛି । ଘରୋଇ ପାଣିପାଗ ସଂସ୍ଥା ଜିଏଫଏସ ଆକଳନ ଅନୁଯାଇ, ଆସନ୍ତା ୧୭ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ଆଉ ଏକ ବାତ୍ୟା ।

ଭୁବନେଶ୍ବର: ଅକ୍ଟୋବର ଆଉ ଏକ ବାତ୍ୟାର ପୂର୍ବାନୁମାନ କରାଯାଉଛି । ଘରୋଇ ପାଣିପାଗ ସଂସ୍ଥା ଜିଏଫଏସ ଆକଳନ ଅନୁଯାଇ, ଆସନ୍ତା ୧୭ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ଆଉ ଏକ ବାତ୍ୟା । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କୌଣସି ମତ ରଖିନାହାନ୍ତି ।

next cyclone in odisha

ସୂଚନା ଅନୁସାରେ ୧୪ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଯାହା ପରବର୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ତେବେ ଏହାର ଗତି କୁଆଡେ ରହିବ, ତାହା ଏ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅକ୍ଟୋବରରେ ମୁଖ୍ୟତଃ ଓଡିଶାକୁ ବାତ୍ୟା ବିପଦ ରହିଥାଏ ।

କେତେକ ମଡେଲ ଅନୁଯାଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ । ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ ତେବେ ପାର୍ବଣ ସମୟରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ପୂର୍ବରୁ ବି ଅକ୍ଟୋବର ମାସରେ ହୋଇଥିବା ବାତ୍ୟାର ଗମ୍ଭୀରତା ଯଥେଷ୍ଟ ଅଧିକ ରହୁଥିବାରୁ ସୃଷ୍ଟି ହେବାକୁ ଥିବା ଏହି ବଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+