ଆରବ ସାଗରରେ ଆସୁଛି ଆଉ ଏକ ବାତ୍ୟା ‘ବିପର୍ଯ୍ୟୟ’...
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇପାରେ। ଏହାକୁ ବାଂଲାଦେଶ 'ବିପର୍ଯ୍ୟୟ' ନାମରେ ନାମିତ କରିଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଗୋଆରୁ ପାଖାପାଖି ୯୨୦ କିଲୋମିଟର, ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁମ୍ବାଇରୁ ୧,୧୨୦ କିଲୋମିଟର, ଦକ୍ଷିଣ ପୋର ବନ୍ଦରରୁ ୧,୧୬୦ କିଲୋମିଟର, ଦକ୍ଷିଣ କରାଚୀରୁ ୧,୫୨୦ କିଲୋମିଟର ଦୂରରେ ରହିଛି ।

ଯଦି ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ ତାହାଲେ ବାତ୍ୟାର ନା 'ବିପର୍ଯ୍ୟୟ' ରହିବ । ଏହି ନାଁ ବାଂଲାଦେଶ ଦେଇଛି । ଯାହାକୁ ଇଂରାଜୀରେ ଡିଜାଷ୍ଟର କୁହାଯାଏ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ମୁମ୍ବାଇ ଠାରୁ ଦକ୍ଷିଣପଶ୍ଚିମ ଦିଗରେ ୮୭୬ କିଲୋମିଟର ଦୂରରେ ଯାଇପାରେ ।
ତେବେ ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ଜୁନ୍ ୬ରୁ ୧୦ ତାରିଖ ଯାଏ ଦକ୍ଷିଣପଶ୍ଚିମ ଆରବ ସାଗର ଉପକୂଳ କେରଳ, କର୍ଣ୍ଣାଟକ ଓ ଗୋଆ ସହ ଲାକ୍ଷାଦ୍ୱୀପ, ମାଳଦ୍ୱୀପ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।












Click it and Unblock the Notifications