ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ଆସନ୍ତା ୮ ତାରିଖରେ ଉପକୂଳ ମୁହାଁ ହେବ
: ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

ସୃଷ୍ଟି ହୋଇଥିବା ଲଘୁଚାପ କାଲି ଅବପାତର ରୂପ ନେବ। ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ-ଉତ୍ତର ଦିଗକୁ ଗତି କରିବା ପରେ କାଳକ୍ରମେ ଅବପାତଟି ଏକ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟାର ରୂପ ନେଇ ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ନେଇ ସମ୍ଭାବନା ରହିଛି । ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁପାରେ । ତେବେ ଏହାର ପ୍ରଭାବ ଓଡିଶା ଉପରେ କ'ଣ ରହିବ ସେନେଇ ଏଯାଏଁ କୌଣସି ସ୍ପଷ୍ଟତା ମିଳିନାହିଁ
ତେବେ ବାତ୍ୟାର ନାମ ମାଣ୍ଡୋସ ରଖାଯାଇଛି ବୋଲି ଚର୍ଚ୍ଚା ହେଉଛି । ଏହି ବାତ୍ୟାର ନାଁ ୟୁଏଇ ରଖିଛି । ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲା, ପୁଦୁଚେରୀ, କରାଇକେଲ୍ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଡିସେମ୍ବର ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ସେହିପରି, ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି ।












Click it and Unblock the Notifications