ଆସୁଛି ବାତ୍ୟା, ୪ରେ ଛୁଇଁବ ଉପକୂଳ
ମାଡି ଆସୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଛୁଇଁବ ଉପକୂଳ । ବାତ୍ୟା ଆସୁଥିବା ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳେ ବାତ୍ୟା ଉପକୂଳରେ ପହଞ୍ଚିବ କହିଲେ ଆଇଏମଡି ଡିଜି ।
ଭୁବନେଶ୍ବର: ମାଡି ଆସୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଛୁଇଁବ ଉପକୂଳ । ବାତ୍ୟା ଆସୁଥିବା ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳେ ବାତ୍ୟା ଉପକୂଳରେ ପହଞ୍ଚିବ କହିଲେ ଆଇଏମଡି ଡିଜି । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଏଯାଏ ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ଖବର ଅମୁସାରେ, ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ ପବନ । ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।
ସେପଟେ ୩ ତାରିଖ ଦିନ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଓ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି ।












Click it and Unblock the Notifications