ଓଡିଶାକୁ ପୁଣି ବାତ୍ୟା ଭୟ ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା

ଓଡିଶାକୁ ପୁଣି ଏକ ବାତ୍ୟା ଭୟ । ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶା ଉପକୁଳରେ ଆଉ ଏକ ବାତ୍ୟା ମାଡ ହେବ ବୋଲି ଅନୁମାନ କରାଯାଉଛି । ଏହା ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳ ଛୁଇଁବ ।

ଭୁବନେଶ୍ୱର: ଓଡିଶାକୁ ପୁଣି ଏକ ବାତ୍ୟା ଭୟ । ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶା ଉପକୁଳରେ ଆଉ ଏକ ବାତ୍ୟା ମାଡ ହେବ ବୋଲି ଅନୁମାନ କରାଯାଉଛି । ଏହା ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳ ଛୁଇଁବ । ବିଭିନ୍ନ ପାଣିପାଗ ମଡେଲ ଏଭଳି ପ୍ରାକ୍‌ ସଙ୍କେତ ଦେଖାଇଛନ୍ତି। ଦିନେ ଦୁଇଦିନ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ।

Cyclone

ତେବେ ଯଦି ବି ବାତ୍ୟା ନ ହୁଏ, ତଥାପି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ୩ରୁ ୬ ତାରିଖ ପର୍ଯ୍ୟନ୍ତ। ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କେତେକ ବିଦେଶୀ ପାଣିପାଗ ପୂର୍ବାନୁମାନ ସଂସ୍ଥା ବାତ୍ୟା ହୋଇପାରେ ବୋଲି ଆକଳନ କରୁଛନ୍ତି । ଆକ୍ୟୁୱେଦରର ପ୍ରମୁଖ ଆନ୍ତର୍ଜାତିକ ପାଣିପାଗ ବୈଜ୍ଞାନିକ ଜାସନ ନିକୋଲ୍ସ ପୂର୍ବାନୁମାନ କରିଛନ୍ତି, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେଇପାରେ । ଏହା ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳକୁ ମୁହାଁଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+