ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ, ଯୋଡି ହେବ ଝାରସୁଗୁଡା-ବରଗଡ
ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହେଇଛି । ଏହି ସେତୁ ତିଆରି ହେଲେ ସିଧାସଳଖ ଜାତୀୟ ରାଜପଥରେ ଝାରସୁଗୁଡା ଜିଲ୍ଲା ସହ ବରଗଡ ଜିଲ୍ଲା ଯୋଡି ହେବେ ।
ଝାରସୁଗୁଡା: ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହେଇଛି । ଏହି ସେତୁ ତିଆରି ହେଲେ ସିଧାସଳଖ ଜାତୀୟ ରାଜପଥରେ ଝାରସୁଗୁଡା ଜିଲ୍ଲା ସହ ବରଗଡ ଜିଲ୍ଲା ଯୋଡି ହେବେ । ଏହି ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦଶନ୍ଧି ଧରି ଉଭୟ ଜିଲ୍ଲାବାସୀ କରି ଆସୁଥିବା ଦାବି ଏବେ ପୁରଣ ହେବାର ଆଶା ଉଜ୍ୱଳିତ ହୋଇଛି ।

ଆଜି ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ତ ବିଭାଗ ସମ୍ବଲପୁର ଡିଭିଜର ଏସ୍ସି ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ଝାରସୁଗୁଡା ଜିଲ୍ଲାର ଏକଜ୍ୟୁକ୍ୟୁଟିଭ ଇଂଜିନିୟର ପ୍ରଦୀପ୍ତ କୁମାର ନାଥ, ଆରଡି ବିଭାଗର ଏକଜିକ୍ୟୁଟିଭ ଇଂଜିନିୟର ମନୋରଂଜନ ପଟନାୟକ, କନିଷ୍ଠ ଯନ୍ତ୍ରୀ ଦୋବାନନ୍ଦ ମହନ୍ତ, ଦୋଳ ଗୋବିନ୍ଦ ଭୋଇ ପ୍ରମୁଖ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିଖମପାଲି ପଞ୍ଚାୟତ ପଦମପୁର ଘାଟକୁ ପରିଦର୍ଶନ କରି ସେଠାରେ କିପରି ଭାବରେ ବ୍ରିଜ ନିର୍ମାଣ କରାଯାଇ ପାରିବ ସେନେଇ ସ୍ଥିତି ଅନୁଧ୍ୟନ କରିଛନ୍ତି ।
ସେହେପରି ଭିଖମପାଲିରୁ ଡଙ୍ଗାଯୋଗେ ବରଗଡର ଜରିମୁଲି ଘାଟକୁ ଯାଇ ସେଠିକାର ସ୍ଥିତି ମଧ୍ୟ ପରଖିଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବୁଲୁ ସେନାପତି, ରଘୁ ପଣ୍ଡା, ତପନକାନ୍ତ ଜେନା ପ୍ରମୁଖଙ୍କ ସହ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ପଦମପୁର ଘାଟରୁ ବରଗଡ ଜିଲ୍ଲାର ଜରିମୁଲି ଘାଟକୁ ସିଧାସଳଖ ଭାବରେ ଏକ ବ୍ରିଜ ଯୋଡିହେଲେ ଉଭୟ ଜିଲ୍ଲାବାସୀ ଉପକୃତ ହୋଇ ପାରିବେ । ଏବେ ଏହି ବ୍ରିଜ ନଥିବାରୁ ଝାରସୁଗୁଡାରୁ ବରଗଡ ଅବା ବରଗଡରୁ ଝାରସୁଗୁଡା ଆସିବାକୁ ହେଲେ ଲୋକଙ୍କୁ ସମ୍ବଲପୁର ଅଥବା ଛତିଶଗଡ ଦେଇ ଅଧିକା ୧୦୦ରୁ କିଲୋମିଟର ଯାତାୟତ କରିବା ପାଇଁ ପଡୁଛି । ଝାରସୁଗୁଡା ଜିଲ୍ଲାରେ ପଶ୍ଚିମ ଓଡିଶାର ସବୁଠାରୁ ବୃହତ ରେଳ ସଂଯୋଗ ଓ ରାଜ୍ୟର ଦ୍ୱିତୀୟ ଏୟାରପୋର୍ଟ ରହିଛି । ଫଳରେ ବରଗଡ ସହ ବଲାଙ୍ଗୀର, ସୋନପୁର ଜିଲ୍ଲାବାସୀମଧ୍ୟ ଝାରସୁଗୁଡାକୁ ବହୁ ସମୟରେ ଯାତାୟାତ କରୁଛନ୍ତି । ଏହି ବ୍ରିଜ ନିର୍ମାଣ ଦ୍ୱାରା ସେମାନେ ମଧ୍ୟ ବହୁଳ ବାବରେ ଉପକୃତ ହୋଇ ପାରିବେ ।












Click it and Unblock the Notifications