ପୁଣି ବହାନଗରେ ଦୁର୍ଘଟଣା, ଟ୍ରେନରେ କଟି ଚାଲିଗଲା ଦୁଇ ଜୀବନ

ଟ୍ରେନ୍ ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ। ବାଲେଶ୍ୱର ଜିଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି।

accident

ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବାହାନଗା ନିକଟସ୍ଥ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପକ୍ଷେ ମୃତଦେହ ରେଳ ଧାରଣା ଉପରେ ଖଣ୍ଡବିଖଣ୍ଡିତ ହୋଇ ପଡି ରହିଛି।

ମିଳିଥିବା ସୂଚନା ମୁତାବକ, ୩ଜଣ ଯୁବକ ଏକ୍‌ ବାଇକ୍‌ରେ ଫାଟକ ପାର୍‌ ହେଉଥିବା ବେଳେ ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ ହଠାତ୍‌ ଆସିଯାଇଥଲା। ସେତିକିବେଳେ ବାଇକ୍‌ରୁ ୨ଜଣ ଟ୍ରେନ୍‌ ଲାଇନ୍‌ ଉପରେ ପଡିଯାଇଥିବା ବେଳେ ଜଣେ ଯୁବକ ଦୌଡି ପଲାଇଥିଲେ। ଫଳରେ ଟ୍ରେନ୍‌ଟି ମାଡି ଯିବାରୁ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରେଲବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+