ପୁଣି ମହାନଦୀରେ ଦୁର୍ଘଟଣା, ୨ ମୃତ, ୭ ନିଖୋଜ
ପୁଣି ମହାନଦୀରେ ଦୁର୍ଘଟଣା। ହୀରାକୁଦ ଜଳଭଣ୍ଡାରରେ ଅଘଟଣ ଘଟିଛି । ମହାନଦୀରେ ଏକ ଡଙ୍ଗା ବୁଡ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଘଟଣା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ସରଧା ଘାଟରୁ ଅଳ୍ପ ଦୂରରେ ଏକ ଫେରି ଡଙ୍ଗା ବୁଡ଼ି ଯାଇଛି। ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର ପତ୍ତା ମିଳୁନି।
ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଲିସ ଓ ଅଗ୍ନିଶମ ବାହନୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଯାତ୍ରୀମାନେ ଜଳ ଭଣ୍ଡାରରେ ଥିବା ପଥରସେନି କୁଦରୁ ଫେରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଚି।












Click it and Unblock the Notifications