ପୁରୀ ସମୁଦ୍ରରେ ପୁଣି ଅଘଟଣ; ଗାଧୋଇବା ବେଳେ ବୁଡ଼ି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ପୁଣି ଅଘଟଣ ଦେଖିବାକୁ ମିଳିଛି । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ନୋଳିଆଙ୍କ ଦ୍ୱାରା ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ହେଲେ ମୃତ ପର୍ଯ୍ୟଟକଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଗାଧୋଉଥିବା ବେଳେ ପର୍ଯ୍ୟଟକ ବୁଡ଼ି ଯାଇଥିଲେ । ପରେ ସ୍ଥାନୀୟ ନୋଳିଆଙ୍କ ଦ୍ୱାରା ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ମେଡ଼ିକାଲକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ ।

ସେହିପରି ପୋଖରୀରେ ଗାଧୋଇବା ବେଳେ ଦୁଇ ନାବାଳିକା ବୁଡି ଯାଇଛନ୍ତି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କଟକ ସଦର ଥାନା କୁରାଙ୍ଗ ପ୍ରଧାନ ପଞ୍ଚାୟତ କୁରାଙ୍ଗ ପ୍ରଧାନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

sea

କଟକ ସଦର ଥାନା କୁରାଙ୍ଗ ପ୍ରଧାନ ପଞ୍ଚାୟତ କୁରାଙ୍ଗ ପ୍ରଧାନ ଗାଁରେ ଅଘଟଣ ଘଟିଛି । ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ ଯେ, ଦୁଇ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଥିଲେ । ଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ସାଙ୍ଗ ହେଲେ ସାଫିୟା ଖାତୁନ ଓ ନନ୍ଦିନୀ କୁମାରୀ । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+