ପୁଣି ଏକ ଦୁର୍ଘଟଣା ଘଟାଇଲା 'ଆମ ବସ, ସ୍କୁଟି ଚାଳକ ଆହତ
ପୁଣି ଦୁର୍ଘଟଣା ଘଟାଇଛି ଆରମ ବସ୍ । ରାଧାନୀରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇବାରେ ଲାଗିଛି ଏହି ଆମ ବସ୍ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପାତ୍ରପଡାରେ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।

ସକାଳୁ ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟାଇଛି ଆମ ବସ୍ । ଗତ କିଛି ଦିନ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ବି ଦୁର୍ଘଟଣା ଘଟାଇଛି ଆମ ବସ୍ । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠିଛି । କାହିଁକି ଏଭଳି ବାରମ୍ବାର ଦୁଘଁଟଣା ଘଟାଉଛି ଏହି ବସ୍, କାହାର ଭୁଲ ରହିଛି ।












Click it and Unblock the Notifications