ଓମିକ୍ରନ ଟେନସନ: ରାଜ୍ୟରେ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪୭ କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪୭ କୁ ବୃଦ୍ଧି ପାଇଛି । ଜାନୁଆରୀ ୯ ତାରିଖରୁ ୧୬ ତାରିଖ ମଧ୍ୟରେ ସଂଗୃହିତ ନମୂନାରୁ ଜିନୋମ ସ୍ୱକେନ୍ସିଂ ପରେ ଏଥିରୁ ୧୪୫ ଜଣଙ୍କ ନମୂନାରେ ଓମିକ୍ରନ ଭୂତାଣୁ ଥିବା କଥା ଜଣାପଡିଛି ।

ରାଜ୍ୟରେ ଆଜି ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୭୨୮, ଲୋକାଲ୍ କେସ୍ ୪୮୭୯ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪,୩୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଏହା ସର୍ବାଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହା ପୂର୍ବରୁ ଜାନୁଆରୀ ୧୨ ତାରିଖରେ ୬୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । କହିରଖୁ କି କରୋନା ସଂକ୍ରମଣ ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ବିପଦ ଦେଖାଦେଇଛି ।
ସୂଚନାଥାଉ କି, ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଜଣ, ସୁନ୍ଦରଗଡରୁ ୧୨୧୯ଜଣ, କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲ୍ରୁ ୮୭୭, ସମ୍ବଲପୁରରୁ ୩୯୦, ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧,ରାୟଗଡ଼ାରୁ ୨୨୯, ବଲାଙ୍ଗିରରୁ ୨୨୯, ଝାରସୁଗୁଡ଼ାରୁ ୨୧୯, ନୟାଗଡ଼ରୁ ୨୦୬, ଅନୁଗୋଳ ୧୮୫ ଓ ମୟୂରଭଞ୍ଜରୁ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବାଦ ବରଗଡ଼ରୁ ୧୪୫, ଭଦ୍ରକ ୧୫୩, ନବରଙ୍ଗପୁର ୧୪୯, ନୂଆପଡ଼ା ୧୬୬,ପୁରୀ ୧୫୭,ସୋନପୁର ୧୧୪, ବୌଦ୍ଧ ୭୮,ଦେବଗଡ଼ ୭୫, ଢେଙ୍କାନାଳ ୭୧,ଗଜପତି ୮୭, ଗଞ୍ଜାମ ୯୩, ଜଗତସିଂହପୁର ୧୩୪, କନ୍ଧମାଳ ୧୦୩, କନ୍ଧମାଳ ୮୦, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୨୧, କୋରାପୁଟ ୧୬୮ ଓ ମାଲକାନଗିରିରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭୩ହଜାର୭୭୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୪୭୭୦ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮, ୪୯୪ କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଉ 6 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।












Click it and Unblock the Notifications