ରାଜ୍ୟର ଆଉ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପିଏମ ଆବାସ ଯୋଜନାରେ ଘର

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ ।

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟବାସୀ ପାଇବେ ଆଉ ୧୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର। ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ପରେ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ୍ ମନ୍ତ୍ରୀ ଗିରିରାଜ ସିଂ । ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଦିଲ୍ଲୀ କୃଷି ଭବନଠାରେ ଏନେଇ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।

pm awas yojana

ଓଡ଼ିଶାର ବାସହୀନ ଲୋକଙ୍କୁ କିଭଳି ଘର ମିଳିପାରିବ ସେନେଇ ଉଭୟ ନେତାଙ୍କ ମଧ୍ଯରେ ଆଲୋଚନା ହୋଇଛି। ବୈଠକରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓଡ଼ିଶାରେ ପିଏମ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ସ୍ୱୀକାର କରିଛନ୍ତି। ପ୍ରଧାନ ମନ୍ତ୍ରୀ ଆବାସ ବାଣ୍ଟିବାରେ ସ୍ୱଚ୍ଛତା ବଜାୟ ରଖିବାକୁ କେନ୍ଦ୍ର ରାଜ୍ୟ ପାଖରେ ସର୍ତ୍ତ ରଖିଥିବା ବେଳେ ମନ୍ତ୍ରୀ ପ୍ରଦୀପ ଅମାତ ମଧ୍ୟ ଏହି ସର୍ତ୍ତକୁ ମାନିନେଇଛନ୍ତି। କେନ୍ଦ୍ର ସରକାର ଦେଶ ପାଇଁ ପିଏମ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟ ବରାଦ କରିଛନ୍ତି। ସେଥିରୁ ଓଡିଶାର ଭାଗରେ ୭ ହଜାର କୋଟି ଟଙ୍କା ରହିଛି। ଏଥିରେ ରାଜ୍ଯର ପ୍ରାୟ ୧୦ ଲକ୍ଷ ହିତାଧୀକାରିଙ୍କୁ ଘର ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ ୨୦୨୪ ପର୍ୟ୍ୟନ୍ତ ବଢ଼ାଇବା ସହ ସ୍ୱତନ୍ତ୍ର ବ୍ୟୟ ଅଟକଳ ହୋଇଛି । ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଓଡିଶା ପାଇଁ ୭ ହଜାର କୋଟି ଟଙ୍କା ଦେବାକୁ ସ୍ଥିର ହୋଇଛି । ୨୦୧୮ ପରେ ସମସ୍ତଙ୍କୁ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ ବୋଲି ଲକ୍ଷ ରହିଥିଲା । ରାଜ୍ୟରେ ଏହି ଯୋଜନାରେ ଅନିୟମିତତା ହୋଇଥିବାରୁ ଓଡ଼ିଶାରେ ଏହା ଏହା ବିଳମ୍ବ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଆବାସ ଘର ତିଆରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଥିରେ କେନ୍ଦ୍ର ସରକାରଙ୍କର ଲୋଗୋ ରହିବ ବୋଲି ନିଷ୍ପତ୍ତି ହୋଇଛି । ଘର ବାଣ୍ଟିବାରେ ଅନିୟମିତତା କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବୈଠକରେ କହିଛନ୍ତି । ଫଳରେ ଓଡ଼ିଶାରେ ୨୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଥିବା ବେଳେ ୪୪ ଜଣ ଅଧିକାରୀଙ୍କୁ ନିଲମ୍ୱନ କରାଯାଇଛି । ଆହୁରି ମଧ୍ୟ ୨୬୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ନୋଟିସ ଦିଆଯାଇଛି । ୩୫ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ଲଗାଯାଇଛି । ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶିଳତା ନୀତି ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+