୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ସ୍କୁଲ ଛୁଟି ଘୋଷଣା: ୮୨ ଦିନ ବନ୍ଦ ରହିବ ସ୍କୁଲ, ତାଲିକା ଜାରି କଲେ ରାଜ୍ୟ ସରକାର

School Holiday: ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ମାଧ୍ୟମିକ ସ୍କୁଲ ଛୁଟି ତାଲିକା ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ୨୦୨୫ରେ ମୋଟ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ । ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଶିଶୁ ଦିବସ, ଗାନ୍ଧୀ ଜୟନ୍ତୀ, ସ୍ୱାଧିନତା ଦିବସ ଓ ଗଣେଶ ପୂଜା ଆଦି ସମସ୍ତ ଦିବସ ସ୍କୁଲମାନଙ୍କରେ ପାଳନ କରାଯିବ । ଏହି ଦିନମାନଙ୍କରେ ସ୍କୁଲ ଖୋଲା ରହୁଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍କୁଲକୁ ଯିବେ ବୋଲି ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି ।

ସ୍କୁଲ ଛୁଟି ତାଲିକା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୫ରେ ୩୯ ଦିନ ଖରା ଛୁଟି ରହିବ, ଯାହାକି ମେ ୬ରୁ ଆରମ୍ଭ ହୋଇ ଜୁନ୍ ୯ରେ ସମାପ୍ତ ହେବ ।

school holidays

ଆସନ୍ତା ବର୍ଷ ୮ ଦିନ ପୂଜା ଛୁଟି ମଧ୍ୟ ରହିବ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପୂଜା ଛୁଟି, ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ରହିବ । ଜାନୁଆରୀ ମାସରେ ୪ଟି ଛୁଟି, ଫେବୃଆରୀରେ ୧ଟି, ମାର୍ଚ୍ଚରେ ୪ଟି, ଏପ୍ରିଲରେ ୩ଟି ଛୁଟି ରହିଛି । ଜାନୁଆରୀ ମାସରେ ନୂଆବର୍ଷ, ଶାମ୍ବଦଶମୀ, ସୁବାଷ ଚନ୍ଦ୍ର ବୋଷ / ବୀର ସୁରେନ୍ଦ୍ର ସାଏ ଜୟନ୍ତୀ, ମକର ସଂକ୍ରାନ୍ତି ପାଇଁ ସ୍କୁଲ ଛୁଟି ରହିବ ।

୨୦୨୫ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର

ଆସନ୍ତାବର୍ଷ ୨୦୨୫ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୨୬ ଟି ସରକାରୀ ଛୁଟି ରହିଛି। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ଆଜି ଛୁଟି ତାଲିକା ଜାରି ହୋଇଛି । ତାଲିକାରେ ୨୬ଟି ସରକାରୀ ଛୁଟି ଦିବସ ଓ ୮ଟିଇଚ୍ଛାଧୀନ ଛୁଟି ଦିବସ ରହିଛି ।

ଅନ୍ୟପଟେ ୨୦୨୫ ବର୍ଷ ପାଇଁ ଥିବା ୩୦ଟି ସରକାରୀ ଛୁଟି ୧୪ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବ ଦିନ ପଯ୍ୟନ୍ତ ରହିଛି। ଏହି ଦିନଗୁଡିକ ସରକାରୀ କାର୍ଯ୍ୟାଳୟ ସମେତ ରାଜସ୍ବ ଓ ମାଜିଷ୍ଟ୍ରେଟ କୋର୍ଟ ମଧ୍ୟ ବନ୍ଦ ରହିବ। ସେପଟେ ଜାନୁଆରୀ ୬ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୨୮ରେ ଶବ-ଇ-କାଦର, ଏପ୍ରିଲ ୧୯ରେ ଇଷ୍ଟର, ମେ' ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୫ରେ ବାହୁ ଯାତ୍ରା, ଅଗଷ୍ଟ ୩୧ ଅଁଳା ନବମୀ, ନଭେମ୍ବର ୧୨ ପ୍ରଥମାଷ୍ଟମୀ ଏବଂ ଡିସେମ୍ବର ୨୫ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+