୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ; ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ । ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ ସମିତି ଗୁଡିକ ହେଲା ଗଞ୍ଜାମର କବିସୂର୍ୟ୍ୟନଗର, କୁକୁଡାଖଣ୍ଡି ଓ ଖଲ୍ଲିକୋଟ ।

panchayat samiti

କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡର ଭାପୁରରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଏଥିପାଇଁ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆବଶ୍ୟକ ହେଲେ ୨୨ ତାରିଖ ଦିନ ୧୨ଟା ୩୦ରୁ ୨ ଟା ମଧ୍ୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ସରିବା ପରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+