ଆଜି ପବିତ୍ର ଅଁଳା ନବମୀ, ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
Odisha News: ଆଜି ପବିତ୍ର ଅଁଳା ନବମୀ । ଅଁଳା ନବମୀରେ ରାଧା ପାଦ ଦର୍ଶନ କରିବା ପାଇଁ ପୁରୀର ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ମାଆ ଓଡ଼ିଆଣୀ ବେଶରେ ଦେଉଛନ୍ତି ଦର୍ଶନ । ବର୍ଷକରେ ଦିନଟିଏ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ରାତି ୧ ଟାରୁ ଦ୍ୱାର ଫିଟା ଯାଇ ନୀତି ପାଳନ କରାଯାଇ ରାତ୍ରୀ ୧.୩୦ରେ ମଙ୍ଗଳ ଆଳତି କରାଯାଇଥିଲା । ରାତିର ୧.୩୦ରୁ ୩ଟା ପର୍ଯ୍ୟନ୍ତ ବେଶ, ମଇଲମ, ମର୍ଦ୍ଧନ, ଅବକାଶ, ନଟବରବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୫.୩୦ରେ ମନ୍ଦିର କର୍ମଚାରୀ ଓ ସେବାୟତ ମାନେ ଦର୍ଶନ କରିଥିଲେ । ସେହିପରି ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାହାଣମେଳା ସର୍ବସାଧାରଣ ଦର୍ଶନ ଚାଲିବ । ପାଳିଆ ପରିବର୍ତ୍ତନ ନିମନ୍ତେ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ପରେ ପୁଣି ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ଚାଲିବ ସାହାଣମେଲା ଦର୍ଶନ ।

ଆଜିର ଦିନରେ ଅର୍ଥାତ୍ ପବିତ୍ର ଅଁଳା ନବମୀରେ ଦାନର ମହତ୍ତ୍ୱ ଅଧିକ ରହିଛି । ମାନ୍ୟତା ରହିଛି ଯେ କାର୍ତ୍ତିକ ମାସ ଶୁଳ୍କପକ୍ଷ ନବମୀ ତିଥିରୁ ନେଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ବିରାଜମାନ କରନ୍ତି । ଏଥିପାଇଁ ଅକ୍ଷୟ ନବମୀ ଦିନ ବିଧିବଦ୍ଧ ଭାବେ ଅଁଳା ଗଛର ପୂଜାର୍ଚ୍ଚାନ କରାଯାଇଥାଏ । ଆଜି ଶ୍ରଦ୍ଧାଳୁମାନେ ଅଁଳା ଗଛର ୧୦୮ ଥର ପରିକ୍ରମା କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୦ ପ୍ଲାଟୁନ୍ ପୋଲିସ ।












Click it and Unblock the Notifications