ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ କାନ୍ଦିଲେ ଅଙ୍କିତା ଲୋଖଣ୍ତେ

Ankita Lokhande: ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟତା ସାଉଁଟୁଛନ୍ତି । କିଛି ଦିନ ହେଲା ଅଙ୍କିତାଙ୍କୁ ନେଇ ସବୁଠି ଚର୍ଚ୍ଚା । ସେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏହି ଶୋ'ରେ ପହଞ୍ଚିଛନ୍ତି । ତେବେ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ନକଲି ବୋଲି କହୁଛନ୍ତି। ବର୍ତ୍ତମାନ ଅଙ୍କିତା ତାଙ୍କ ପୂର୍ବତନ ପ୍ରେମିକ ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ କାନ୍ଦୁଥିବାର ନଜର ଦେଖିବା ପାଇଁ ମିଳିଥିଲା ।

Ankita Lokhande

ଏହାପୂର୍ବରୁ ମଧ୍ୟ ଅଙ୍କିତା ଲୋଖଣ୍ଡେ ବିଗ୍ ବସ୍ 17 ଘରେ ତାଙ୍କ ପୂର୍ବତନ ପ୍ରେମିକ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅନେକ ଥର ଭାବପ୍ରବଣ ହୋଇଥିବାର ନଜର ଆସିଛନ୍ତି। ସେ ଶୋ'ରେ ତାଙ୍କର ଅତୀତ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଅଭିନେତ୍ରୀ ତାଙ୍କ ଜୀବନର ସେହି ମୂହୁର୍ତ୍ତକୁ ମନେ ପକାଇଲେ ଯେତେବେଳେ ସେ ସୁଶାନ୍ତଙ୍କ ଦେହାନ୍ତ ବିଷୟରେ ଜାଣି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ନ୍ୟାସନାଲ ଟେଲିଭିଜନରେ ଅଲୋଚନା କରିଥିଲେ । ଏହା ବ୍ୟତୀତ ସେ ସୁଶାନ୍ତଙ୍କ ପରିବାର ବିଷୟରେ ଅନେକ କଥା ମଧ୍ୟ କହିଥିଲେ। କଥାର ଆରମ୍ଭ ମୁନାୱାରଙ୍କଠୁ ହୋଇଥିଲା ଯେଉଁଥିରେ ସେ ଅଙ୍କିତାଙ୍କୁ ପ୍ରଶ୍ନ କରିଥିଲେ ଯେ ସୋସିଆଲ ମିଡିଆରେ ଲୋକଙ୍କୁ ବ୍ଲକ କରନ୍ତି ଯାହା ଉତ୍ତରରେ ଅଙ୍କିତା କହିଥିଲେ ହଁ ମୁଁ ଅନେକ ଲୋକଙ୍କୁ ବ୍ଲକ କରିଛି । ମୋତେ ମଧ୍ୟ ବ୍ଲକ୍ କରାଯାଇଥିଲା ।

ଏହି ସମାନ ପ୍ରଶ୍ନର ଉତ୍ତର ଦେଇ ମୁନାବର କହିଥିଲେ ମୁଁ ଲୋକଙ୍କୁ ବ୍ଲକ କରେ ନାହିଁ ଇଗନୋର କରେ । ଏହି ସମୟରେ ଅଙ୍କିତା କହିଥିଲେ ମୋତେ ଅନେକ ଲୋକ ଖୁବ ଖରାପ ଗାଳି ଦେବା ପରେ ମୁଁ ସେମାନଙ୍କୁ ସୋସିଆଲ ମିଡିଆରେ ବ୍ଲକ କରିବା ଆରମ୍ଭ କରିଥିଲି । କାରଣ ମୋତେ ଏପରି ଜିନିଷ କୁହାଗଲା ଯାହା ମୁଁ ଗ୍ରହଣ କରିପାରିବି ନଥିଲି । ତା'ପରେ ମୁନାୱର୍ କୁହନ୍ତି- ସେହି ସମୟ ବହୁତ ଖରାପ ଥିଲା ।

ଏହା ପରେ ଅଙ୍କିତା ଲୋଖଣ୍ଡେ ଆହୁରି କୁହନ୍ତି - ଏହା ଖୁବ୍ କଷ୍ଟ ସମୟ ଥିଲା । ଯେତେବେଳେ ଏହି ସବୁ ଘଟିଲା ମୁଁ ତାଙ୍କ ଜୀବନରେ ନଥିଲି ଅର୍ଥାତ୍ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନରେ । ଅଙ୍କିତା ଆହୁରି କହିଥିଲେ- ଏହା କେତେ ଖରାପ ସମୟ ଥିଲା । ମୁଁ ମୋର ସମସ୍ତ ଧର୍ଯ୍ୟ ହରାଇ ବସିଥିଲି । ସୁଶାନ୍ତ ମୃତ୍ୟୁ ଦିନ ସେ ଏପରି ଏକ ଫଟୋ ପାଇଥିଲେ ଯାହା ତାଙ୍କୁ ଆହୁରି ଦୁଃଖି କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+