Get Updates
Get notified of breaking news, exclusive insights, and must-see stories!

ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ କୁ ବନ୍ଦ କରିବାକୁ ଚେତାବନୀ ଦେଲେ ଅଞ୍ଜନା ମିଶ୍ର

ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ଓଡିଆ ଚଳଚ୍ଚିତ୍ର ବିରୋଧରେ ଅଭିଯୋଗ ଆଣିଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତା ଅଞ୍ଜନା ମିଶ୍ର । ଅଞ୍ଜନାଙ୍କ ଅଭିଯୋଗ, ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ଓଡିଆ ଚଳଚ୍ଚିତ୍ର ।

ଭୁବନେଶ୍ୱର: ଏକ ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା ଓଡିଆ ଚଳଚ୍ଚିତ୍ର ବିରୋଧରେ ଅଭିଯୋଗ ଆଣିଲେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡିତା ଅଞ୍ଜନା ମିଶ୍ର । ଅଞ୍ଜନାଙ୍କ ଅଭିଯୋଗ, ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ଓଡିଆ ଚଳଚ୍ଚିତ୍ର । ଯାହାର ନାମ ରହିଛି 'ବାରଙ୍ଗ ୧୯୯୯' । ତେବେ ଫିଲ୍ମ ନିର୍ମାଣକୁ ବନ୍ଦ ନକଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ଅଞ୍ଜନା ।

Anjana Mishra

ସୂଚନାଥାଉ କି, କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଛି ଏହି ଫିଲ୍ମ । ଏହାର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା । ପୋଷ୍ଟରରେ ଫିଲ୍ମର ନାଁ 'ବାରଙ୍ଗ ୧୯୯୯' ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତନ କରିଛି । ତେବେ ନିର୍ମାଣକାରୀ ସଂସ୍ଥା ଏ ବିଷୟରେ ଅଞ୍ଜନାଙ୍କ ସହ ନା କଥା ହୋଇଛନ୍ତି ନା ତାଙ୍କର ଅନୁମତି ନେଇଛନ୍ତି । ତାଙ୍କ ଜୀବନ କାହାଣୀକୁ ନେଇ ର୍ନିମାଣକାରୀ ସଂସ୍ଥା ୱେବସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ସେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ନିର୍ମାଣ କରାଯାଉଥିବା ୱେବସିରିଜ୍ ତୁରନ୍ତ ବନ୍ଦ ନକଲେ ସେ ଆଇନର ଆଶ୍ରୟ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସେପଟେ ଅଞ୍ଜନା ମିଶ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ୱେବ ସିରିଜ ନିର୍ମାତା ଅକ୍ଷୟ ପରିଜା।

ଅନ୍ୟପଟେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ଏହା କୌଣସି ବ୍ୟକ୍ତିକେନ୍ଦ୍ରିକ ଫିଲ୍ମ ନୁହେଁ । କଞ୍ଚାଲଙ୍କା ସବୁ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ବାସ୍ତବଧର୍ମୀ ଚଳଚ୍ଚିତ୍ର ଓ ଟିଭି ସିରିଜ ନିର୍ମାଣ କରିଥାଏ । 'ବାରଙ୍ଗ ୧୯୯୯' ଚଳଚ୍ଚିତ୍ରରେ ଓଡିଶାର ନ୍ୟାୟିକ ବ୍ୟବସ୍ଥା ଏବଂ ପୁଲିସର ତଦନ୍ତ ଦକ୍ଷତାକୁ ଦର୍ଶକଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରାଯାଉଛି । ସାଧାରଣ ଓଡିଆ ମହିଳାଟିଏ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିଥିବା କାହାଣୀ ଫିଲ୍ମରେ ରହିଛି । ଏହାକୁ ନେଇ ବିବାଦ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଅକ୍ଷୟ ପରିଜା । ଫିଲ୍ମ ରିଲିଜ ହେବା ପରେ ସମସ୍ତେ ଜାଣିପାରିବେ ଫିଲ୍ମର କଥା ବସ୍ତୁ କାହାକୁ ଆଘାତ କରିବା ଭଳି ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+