ପଶ୍ଚିମବଙ୍ଗ ଟିଏମ୍ସି ସାଂସଦ ୟୁସୁଫ ପଠାନଙ୍କୁ ଅନିଲ ବିଶ୍ବାଳଙ୍କ କଡ଼ା ଜବାବ
ପଶ୍ଚିମବଙ୍ଗ ଟିଏମ୍ସି ସାଂସଦ ୟୁସୁଫ ପଠାନଙ୍କୁ ଅନିଲ ବିଶ୍ବାଳଙ୍କ କଡ଼ା ଜବାବ ।
ଓଡ଼ିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗର କଡ଼ା ଜବାବ ରଖିଲେ । ଯେଉଁମାନଙ୍କ ପାଇଁ ଆପଣ ଚିନ୍ତିତ ସେମାନେ ଅବୈଧ ଅନୁପ୍ରବେଶକାରୀ । ସେମାନେ ଅବୈଧ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ । ଏମାନେ ଓଡ଼ିଶାର ସାମାଜିକ ସଂସ୍କୃତି ସଦ୍ଭାବକୁ ନଷ୍ଟ କରୁଛନ୍ତି ।
ଭୋଟ୍ ରାଜନୀତି ପାଇଁ ବଙ୍ଗ ସରକାର ସେମାନଙ୍କୁ ଜାଲ୍ ଡକ୍ୟୁମେଣ୍ଟ ଦେଉଛନ୍ତି । ମୁର୍ସିଦାବାଦରେ ହିନ୍ଦୁଙ୍କ ପ୍ରତି ଆକ୍ରମଣବେଳେ ଆପଣ କିଛି ବି କହିନଥିଲେ । ବର୍ତ୍ତମାନ ସମୟ ପାକ୍ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ବୋଲି ଅନିଲ ବିଶ୍ଵାଳ କହିଛନ୍ତି ।

ପାକିସ୍ତାନୀ ପତ୍ନୀଙ୍କ ପାଇଁ ଗଲା ସିଆରପିଏଫ୍ ଯବାନ ମୁନିର ଅହମ୍ମଦଙ୍କ ଚାକିରି
ପାକିସ୍ତାନୀ ପତ୍ନୀଙ୍କ ପାଇଁ ଗଲା ଯବାନଙ୍କ ଚାକିରି । ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆରପିଏଫ୍)ରେ ଚାକିରି କରୁଥିବା ଜଣେ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସିଆରପିଏଫ୍ର ୪୧ ବାଟାଲିୟନ ଯବାନ ମୁନିର ଅହମ୍ମଦଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ପାକିସ୍ତାନୀ ମହିଳାଙ୍କୁ ସେ ବିବାହ କରିଥିଲେ।
ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି। ଭିସାର ବୈଧତା ନଥିବା ସେ ଜାଣିଥିବା ସତ୍ତେ୍ୱ ତାଙ୍କ ପତ୍ନୀ ଭାରତରେ ରହୁଥିଲେ। ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ବିଚାରଧୀନ ରହିଥିବା ଜଣାପଡ଼ିଛି।












Click it and Unblock the Notifications