ଚୋରି କରି ଧରା ପଡିଲା, ପ୍ୟାଣ୍ଟ୍-ସାର୍ଟ ଖୋଲି ରାସ୍ତାରେ ହେଲା ଉଠବସ୍
ଧରା ପଡିଲା ଚୋର । ବହେ ଖାଇଲା, ପ୍ୟାଣ୍ଟ୍-ସାର୍ଟ ଖୋଲି ରାସ୍ତା ଉପରେ ଉଠବସ୍ ହେଲା । ଏମିତି ଘଟଣା ଘଟିଛି ଅନୁଗୁଳ ସହରର ଲକ୍ଷ୍ମୀବଜାରଟାରେ ।
ଅନୁଗୁଳ: ଧରା ପଡିଲା ଚୋର । ବହେ ଖାଇଲା, ପ୍ୟାଣ୍ଟ୍-ସାର୍ଟ ଖୋଲି ରାସ୍ତା ଉପରେ ଉଠବସ୍ ହେଲା । ଏମିତି ଘଟଣା ଘଟିଛି ଅନୁଗୁଳ ସହରର ଲକ୍ଷ୍ମୀବଜାରଟାରେ ।

ସୂଚନା ଅନୁସାରେ, ସ୍ଥାନୀୟ ବଜାରରେ ଥିବା ଏକ ଖଲି, ଚଉପତି ଦୋକାନରୁ ସମ୍ପୃକ୍ତ ଯୁବକ ଜଣଙ୍କ କିଛି ଜିନିଷପତ୍ର ଚୋରି କରିବାକୁ ଉଦ୍ୟମ ଚଳାଇଥିଲା । ତେବେ ସାରା ରାଜ୍ୟରେ ଏବେ ଲକଡାଉନ । ସହର ଶୂନ୍ଶାନ୍ ଥିବା ବେଳେ ଯୁବକ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରୁ କିଛି ଜିନିଷପତ୍ର ଚୋରି କରିଥିଲା । ଏହି ସମୟରେ ଦୋକାନ ମାଲିକ ପଳାଇ ଆସିବାରୁ ଖସି ପାରିନଥିଲେ ସମ୍ପୃକ୍ତ ବ୍ୟକ୍ତି। ଧରା ପଡିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକର ସାର୍ଟ୍, ପ୍ୟାଣ୍ଟ ଖୋଲାଇଥିଲେ ।












Click it and Unblock the Notifications