ବନ୍ଦ ହୋଇଯିବ ଅଙ୍ଗନବାଡି !

Odisha News: ବନ୍ଦ ହୋଇଯିବ ଅଙ୍ଗନବାଡି କେନ୍ଦ୍ର । ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସରକରା ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ ବୟସ ହେଲେ ନାମ ଲେଖା ହେବାର ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି ।

ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬ ରୁ ଅଧିକ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ। ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କରିବାର ଯୋଜନା କରିଛନ୍ତି ।

Anganwadi centers

ଆଗାମୀ ଦିନରେ ଶିଶୁ ବାଟିକା ୧ ଓ ୨ ପ୍ରାଥମିକ ବିଦ୍ୟାଳୟକୁ ଅଣାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ । ତେବେ ୧୦+୨ ବଦଳରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରିବା ଉପରେ ଗୁରୁତ୍ୱ । ୩ ରୁ ୮ ବର୍ଷ ଯାଏ ପିଲାଙ୍କୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟ । ୮ ରୁ ୧୧ ବର୍ଷର ପିଲାଙ୍କୁ ପ୍ରସ୍ତୁତି ପର୍ଯ୍ୟାୟ । ୧୧ ରୁ ୧୪ବର୍ଷ ମଧ୍ୟ ପର୍ଯ୍ୟାୟ ଏବଂ ୧୪ ରୁ ୧୮ ବର୍ଷ ପିଲାଙ୍କୁ ନେଇ ମାଧ୍ୟମିକ ପର୍ଯ୍ୟାୟ ।

ବର୍ତ୍ତମାନ ଅଙ୍ଗନବାଡ଼ିରେ ରହିବ ଶିଶୁ ବାଟିକା ୧ ଓ ୨ । ସେହିପରି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ୩ ରଖିବା ନେଇ ପ୍ରସ୍ତାବ ରଖାଯାଇଛି । ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+