ଆଜିଠୁ ସକାଳୁଆ ଅଙ୍ଗନବାଡ଼ି
Anganwadi Centers News: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠୁ ସକାଳୁଆ ଅଙ୍ଗନବାଡ଼ି ଆରମ୍ଭ ହୋଇଛି । ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢା ହେବ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଏକ୍ସରେ ଏକ ପୋଷ୍ଟ ସେୟାର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

ତେବେ ପିଲାମାନଙ୍କ ସୁରକ୍ଷା ପାଇଁ ଉଭୟ ରାଜସ୍ୱ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକରେ ସକାଳୁ ଖୋଲାଯିବ । ସେହିପରି ରାଜ୍ୟରେ ଖୁବ ଶୀଘ୍ର ସ୍କୁଲ ଗୁଡିକ ମଧ୍ୟ ସକାଳୁଆ ହୋଇଯିବ । ଏବେଠୁ ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ଅସହ୍ୟ ତାତି ଅନୁଭୂତ ହେଉଛି ଯାହାକୁ ଦୃଷ୍ଟିରେ ରଖି ଅଙ୍ଗନବାଡିକୁ ସକାଳୁଆ ଖୋଲାଯିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।












Click it and Unblock the Notifications