କୋଟିଆକୁ ପ୍ରବେଶ କଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ, କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ
କୋଟିଆକୁ ପ୍ରବେଶ କଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । ଏପରି ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏପରି କହିଲେ ରାଜସ୍ୱ ମନ୍ତ୍ରୀ ।ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ । କିନ୍ତୁ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ କି ଲିଫ୍ଲେଟ ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ' । ଓଡ଼ିଶା କୋଟିଆର ମାଆ , ଆନ୍ଧ୍ର ହେଉଛି ମାଉସୀ । ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ। ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି । ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।













Click it and Unblock the Notifications