Get Updates
Get notified of breaking news, exclusive insights, and must-see stories!

କୋଟିଆରେ ହେବନି ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନ, ରହିତାଦେଶ ଜାରି କଲେ ଆନ୍ଧ୍ର ହାଇକୋର୍ଟ

ଓଡ଼ିଶାର କୋଟିଆ ପଞ୍ଚାୟତରେ ପୁଣି ଥରେ ଜୋର ଜବରଦସ୍ତ ର୍ନିବାଚନ କରିବାକୁ ଯାଉଛନ୍ତି ଆନ୍ଧ୍ର ସରକାର । ତେବେ ଏହି ନିର୍ବାଚନକୁ ସ୍ଥଗିତ ରଖିବାକୁ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।

ଭୁବନେଶ୍ୱର: ଗତକାଲି ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଇଂଜକସନ୍ କରିଥିଲେ ରାଜ୍ୟ ସରକାର । କାରଣ ଓଡ଼ିଶାର କୋଟିଆ ପଞ୍ଚାୟତରେ ପୁଣି ଥରେ ଜୋର ଜବରଦସ୍ତ ର୍ନିବାଚନ କରିବାକୁ ଯାଉଛନ୍ତି ଆନ୍ଧ୍ର ସରକାର । ତେବେ ଏହି ନିର୍ବାଚନକୁ ସ୍ଥଗିତ ରଖିବାକୁ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।

Kotia

ତେବେ ପଡୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି । ଗତ କିଛି ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିଥିବାବେଳେ ଏବେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଚାଲ କରିଥିଲା ପଡୋଶୀ ଆନ୍ଧ୍ରପ୍ରଦେଶ । ସେପଟେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଥିଲେ ସୁଦ୍ଧା ଆନ୍ଧ୍ର ନିର୍ବାଚନ କରିଥିଲେ । ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବମାନନା କରିଥିଲା ଆନ୍ଧ୍ର ପ୍ରଦେଶ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଥିଲା ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ ।

ତେବେ ପୁନର୍ବାର କରାଯାଉଥିବା ନିର୍ବାଚନକୁ ନେଇ ଖୋଦ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଜାର କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ନିର୍ବାଚନ କରାଯିବ । ବର୍ତ୍ତମାନ ଏହି ମାମଲାରେ ବିଚରାଧିନ ରହିଥିବାରୁ ନିର୍ବାଚନ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ର ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+