କୋଟିଆକୁ ନେଇ ଆନ୍ଧ୍ରର ନୂଆ ଚାଲ; ନୂଆ ଭୋଟର ତାଲିକା ଜାରି କରିଛି ଆନ୍ଧ୍ରପ୍ରଦେଶ
କୋଟିଆକୁ ନେଇ ଆନ୍ଧ୍ରର ନୂଆ ଚାଲ । ନୂଆ ଭୋଟର ତାଲିକା ଜାରି କରିଛି ଆନ୍ଧ୍ରପ୍ରଦେଶ । ଏବେ କୋଟିଆରେ ନୂଆ ଭୋଟର ସଂଖ୍ୟା ୧୪ ଗୁଣ ବଢିଥିବା ତାଲିକାରେ ଦର୍ଶାଯାଇଛି । ଏହାକୁ ତୀବ୍ର ବିରୋଧ କରିଛି ଓଡିଶା । ଏବେ ଆନ୍ଧ୍ର ଭୋଟର ତାଲିକା ଜାରି କରିବା ପରେ ଓଡ଼ିଶା ସରକାର କ'ଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
କାଲି ପ୍ରକାଶ ପାଇବ ନିର୍ବାଚନ ତାଲିକା । ଏସବୁ ଭିତରେ ପୁଣି ଥରେ କୋଟିଆକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ଧ୍ର ଏକ ତରଫା ଭୋଟର ତାଲିକା ଜାରି କରିଛି ।
ଆନ୍ଧ୍ର ଏକ ତରଫା ଭୋଟର ତାଲିକା ଜାରି କରିଛି । ଯାହାକୁ ନେଇ ଏବେ ପୁଣି କୋଟିଆ ବିବାଦ ଆରମ୍ଭ ହୋଇଛି । ଭୋଟର ତାଲିକା ଜାରି କରିବା ପରେ କେମିତି ମତଦାନ ପ୍ରତିଶତ ଅଧିକ ହେବ ସେଥିପାଇଁ ଆନ୍ଧ୍ର ନେତା ଅଧିକାରୀ, କୋଟିଆରେ ଡେରା ପକାଇଲେଣୀ।

ଆନ୍ଧ୍ର ତୁରନ୍ତ ଭୋଟର ତାଲିକାରୁ କୋଟିଆକୁ ନ ହଟାଇଲେ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ ବୋଲି ସ୍ଥାନୀୟ ଅଂଚଳର ନେତା କହିଛନ୍ତି ।
କୋଟିଆକୁ ନେଇ ଆନ୍ଧ୍ର- ଓଡିଶା ମଧ୍ୟରେ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । କୋର୍ଟରେ କୋଟିଆକୁ ନିଜର କହିବା ପାଇଁ ପ୍ରମାଣ ଭାବେ ଭୋଟର ତାଲିକାକୁ ଓ ମତଦାନ ହାରକୁ ଉପସ୍ଥାପିତ କରିବାକୁ ଆନ୍ଧ୍ରପ୍ରଦେଶ ଯୋଜନା ରଖିଛି ।
ପୁର୍ବରୁ ୨୦୨୧ ମସିହାରେ କୋଟିଆରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ମାତ୍ର ୪୧୭ ଖଣ୍ଡ ଭୋଟ ପଡିବା ପରେ ଅପମାନିତ ହୋଇଥିଲା ।
କୋଟିଆକୁ କବଜା କରିବା ପାଇଁ ଦୀର୍ଘ ଦିନକୁ ନାନା ଚକ୍ରାନ୍ତ ଚଳାଇ ଆସୁଛି ଆନ୍ଧ୍ର । ସୁପ୍ରିମକୋର୍ଟରେ ମାମଲା ବିଚାରଧିନ ଥିବା ବେଳେ
କୋଟିଆ ବାସୀଙ୍କୁ ଆଧାର କାର୍ଡ଼ ଓ ଭୋଟର କାର୍ଡ଼ ବାଣ୍ଟିଛି ।












Click it and Unblock the Notifications