ଓଡ଼ିଶା ସୀମାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଓପାଡ଼ି ଫିଙ୍ଗି ଦେଲେ ଆନ୍ଧ୍ର ବିଡ଼ିଓ
କୋରାପୁଟ: ଓଡିଶାରେ ପସି ଓଡ଼ିଶା ସରକାରଙ୍କ ବୋର୍ଡକୁ ଫିଙ୍ଗି ଦେଲା ଆନ୍ଧ୍ର । କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଜଲାପୁଟ ସ୍ଥିତ ମୁଖ୍ୟ ଜଳଭଣ୍ଡାର ନିକଟରେ ଆନ୍ଧ୍ର ବିଡ଼ିଓ ଏଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପଟେ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି । ଯଦି ଆନ୍ଧ୍ର ନିଜର ମନମୁଖୀ କାମ ବନ୍ଦ ନ କରେ, ତା ହେଲେ ହାତରେ ଅସ୍ତ୍ରଶସ୍ତ୍ର ଧରି ସେମାନେ ସୀମା ଜଗିବେ ବୋଲି କହିଛନ୍ତି ।
ତେବେ ଦୀର୍ଘବର୍ଷ ଧରି ଜଲାପୁଟ ଜଳଭଣ୍ଡାର ନିକଟରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା ଲଗାଯାଇଥିବା ଜଳଭଣ୍ଡାର ସୁରକ୍ଷା ସୂଚନା ବୋର୍ଡ ଓ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ବୋର୍ଡକୁ ଆନ୍ଧ୍ର ମୁଚିମପୁଟ ବ୍ଲକ୍ ଓ ତହସିଲର ଅଧିକାରୀ ଏବଂ ଜନପ୍ରତିନିଧି ଉପାଡ଼ି ଫିଙ୍ଗି ଦେଇଛନ୍ତି । ଖାଲି ସେତିକି ନୁହେଁ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଡ୍ୟାମ୍ ପାଖରେ ଲାଗିଥିବା ସ୍ୱାଗତଂ ବୋର୍ଡକୁ ମଧ୍ୟ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ନନ୍ଦପୁର ତହସିଲଦାର ଓ ବିଡିଓଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାର ଅନୁଧ୍ୟାନ କରିଛନ୍ତି ।












Click it and Unblock the Notifications