ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ବହୁ ଗୁରୁତ୍ବପୂର୍ଣ ବିଷୟରେ ନବୀନଙ୍କ ସହ କଲେ ଆଲୋଚନା
ଭୁବନେଶ୍ବର: ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ରାଜ୍ଯ ମଧ୍ଯରେ ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କ ରହି ଆସିଛି। ପରସ୍ପର ଆଲୋଚନା ମାଧ୍ୟମରେ ଦୁଇ ରାଜ୍ଯର ଜନସାଧାରଣଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ଜଳ ସମ୍ପଦ, ଶକ୍ତି ଏବଂ ନକ୍ସଲ ଉପଦ୍ରବ ସମସ୍ୟା ସମ୍ବନ୍ଧୀତ ବିଷୟରେ ମିଳିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସହମତି ପ୍ରକାଶ ପାଇଥିଲା।

ଓଡିଆ ଏବଂ ତେଲୁଗୁ ଭାଷା ପାଇଁ ଯଥାକ୍ରମେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ଏବଂ ଶ୍ରୀକାକୁଲାମ୍ ସ୍ଥିତ ଅମ୍ବେଦକର ବିଶ୍ବ ବିଦ୍ୟାଳୟରେ ସ୍ବତନ୍ତ୍ର ଚେୟାର୍ ପ୍ରତିଷ୍ଠା କରାଯିବ। ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଉଭୟ ରାଜ୍ଯର ଜନସାଧାରଣଙ୍କ ସ୍ବାର୍ଥସାଧନ ନିମନ୍ତେ ଆନୁଷ୍ଠାନିକ ଆଲୋଚନାଈଉ ଆଗକୁ ବଢାଇବେ।

ନବୀନ-ଜଗନ ଆଲୋଚନା ଶେଷ ହୋଇଛି । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି ।
ଦୁଇ ରାଜ୍ୟ ସହମତିରେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି:
- କୋଟିଆ ସୀମା ବିବାଦ
- ନେରାଡ଼ି ବ୍ୟାରେଜ୍
- ଝଞ୍ଜାବତୀ ଡ୍ୟାମ୍
- ପୋଲାଭରମ
- ବାହୁଡ଼ା ନଦୀରୁ ଜଳ ଛାଡ଼ିବା
- ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ
ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ, ଜଳ ସଂପଦ ସଚିବ, ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ କିଛି ମିନିଟ୍ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଛି ।












Click it and Unblock the Notifications