ଆନ୍ଧ୍ର ବସ୍ ଘଟଣା ; ବସ୍ ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ, ଜଣେ ଓଡ଼ିଆ ମୃତ
ଆନ୍ଧ୍ର ବସ୍ ପୋଡ଼ିରେ ୨୦ ଜୀବନ୍ତ ଦଗ୍ଧ ଘଟଣାରେ ଟ୍ବିଷ୍ଟ । ବସ୍ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ। କେଉଁ ପରିସ୍ଥିତିରେ ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ଅସ୍ପଷ୍ଟ। ରାୟଗଡ଼ା RTOକୁ ତଦନ୍ତ ପାଇଁ କୁହାଯାଇଛି କହିଲେ ଜିଲ୍ଲାପାଳ । ଜଣେ ଓଡ଼ିଆ ଯୁବକ ମୃତ୍ୟୁ ନେଇ ତଥ୍ୟ ସଂଗ୍ରହ ଚାଲିଛି କହିଲେ। ହାଇଦ୍ରାବାଦରେ ଜଳିଗଲେ ଓଡ଼ିଆ ଯୁବକ । ଗତକାଲି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ସେହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ଯୁବକ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁରେ । ମୃତ ଯୁବକ ହେଲେ କେ. ଦୀପକ କୁମାର । ସେ ଆଇଟି ସେକ୍ଟରରେ କାମ କରିବା ପାଇଁ ବସ୍ ଯୋଗେ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲେ । ଆଉ ଦୁର୍ଭାଗ୍ୟବସତଃ ଦୁର୍ଘଟଣା ଘଟି ବସରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

କେ. ଦୀପକ କୁମାର ବାପା ମାଆର ଗୋଟିଏ ବୋଲି ପୁଅ । ପୁଅର ଏଭଳି ମୃତ୍ୟୁକୁ ନେଇ ପରିବାର ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଡିଏନ୍ଏ ଟେଷ୍ଟ ପରେ କେ. ଦୀପକ କୁମାର ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିଲା । ମୃତଦେହକୁ ୪୮ ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦୀପକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।












Click it and Unblock the Notifications