Get Updates
Get notified of breaking news, exclusive insights, and must-see stories!

ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଗର୍ଭଗୃହରେ ପଡ଼ିଲା ରକ୍ତ

ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଗର୍ଭଗୃହରେ ପଡ଼ିଲା ରକ୍ତ । ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଝିଆ । ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

PURI

ଶୁକ୍ରବାର ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେ ଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେ । ତଳେ ପଡ଼ିଯିବାରୁ ସମ୍ପୃକ୍ତ ବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ବୋଝିଆ ଶାସନ ଦାମୋଦରପୁରର ଅଶୋକ ପ୍ରଧାନ । ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ବଡ଼ ମହାସ୍ନାନ ନୀତି ଚାଲିଛି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ବଡ଼ ମହାସ୍ନାନ ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସ୍ବଭାବିକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+