ପୁଣି ମହିଳାମାନଙ୍କ ପାଇଁ ଐତିହାସିକ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଜାଣନ୍ତୁ କଣ

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା ହେବ।

Breastfeeding

ଏ ନେଇ ସବୁ ଜିଲାପାଳ ଏବଂ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ବଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି । ଏହା ଦ୍ୱାରା ମା'ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ।

ସେହିପରି ଗତ ଅଗଷ୍ଟ ୧୫ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ସରକାର ଘୋଷଣା କରିଥିଲେ। ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଥିଲେ। ଜଣେ ମହିଳା ହୋଇ ମହିଳାମାନଙ୍କ ସମସ୍ୟାକୁ ଉପଲବଧି କରି ଏଭଳି ନିଷ୍ପତ୍ତି ନେଇଥିଲେ।

କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ଏହି ଘୋଷଣା କରିଥିଲେ । ସେ କହିଛନ୍ତି- ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ । ଋତୁସ୍ରାବ ଦିନ କିମ୍ବା ତା ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+