ପୁଣି ମୁକୁଳା ଡ୍ରେନ୍ ନେଲା ୮ ବର୍ଷର ନାବାଳକର ଜୀବନ
ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ଯାଇଥିବା ପିଲାର ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି। ମୃତ ଘୋଷଣା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ମୃତ ପିଲାର ନାଁ ଏସ୍କେ ରାଜେଶ୍। ତାଙ୍କ ଘର ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀରେ।

ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର ଏସ୍କେ ରାଜେଶ୍ ଓ ତାଙ୍କ ସାଥୀମାନେ ଡ୍ରେନ୍ ପାଖରେ ଖେଳୁଥିଲେ।
ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍ରେ ବେଲୁନ୍ ଭାସି ଭାସି ଯାଉଥିଲା। ସେହି ବେଲ୍ନକୁ ଆଣିବା ପାଇଁ ଏସ୍କେ ରାଜେଶ୍ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍ ଭିତରକୁ ଯାଇଥିଲା। ବେଲୁନ୍ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍କେ ରାଜେଶ୍। ତାଙ୍କ ସାଥୀମାନେ ବର୍ତ୍ତି ଯାଇଥିଲେ। ସେମାନେ ଚିତ୍କାର କରିବାରୁ ସାହି ଲୋକେ ଉଦ୍ଧାର ପାଇଁ ଡ୍ରେନ୍ ଭିତରେ ପଶିଥିଲେ। ଭାସି ଯାଇଥିବା ପିଲାର ବୟସ ୧୦ରୁ ୧୧ ବର୍ଷ ହେବ।












Click it and Unblock the Notifications