ପୁଣି ରାସ୍ତାରେ ଜଳିଲା ମୋ ବସ , ଅଳ୍ପକେ ବଞ୍ଚିଗଲେ ଯାତ୍ରୀ
ହୁହୁ ହୋଇ ରାସ୍ତା ଉପରେ ଜଳିଗଲା ମୋ ବସ୍। କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ 'ମୋ ବସ୍'ରେ ନିଆଁ ଲାଗିଯାଇଛି। ବସ୍ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହେଲେ ନିଆଁ ଲାଗି ବସ୍ଟି ଜଳିଯାଇଛି।

ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ରାସ୍ତା ଉପରେ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ତେବେ ବସ୍ରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ବସ୍ରେ ସର୍ଟସର୍କିଟରୁ ନିଆଁ ଲାଗିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ।












Click it and Unblock the Notifications