ପୁଣି ରାଜ୍ୟରେ ଉପର ମୁହାଁ ପାରଦ, ୫୦ ଡିଗ୍ରୀ ଛୁଇଁଲା ରାଜସ୍ଥାନରେ ତାପମାତ୍ରା

କିଛି ଦିନ ନିସ୍ତାର ପରେ ପୁଣି ଉପର ମୁହାଁ ପାରଦ । ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହୋଇଛି ତାତି । ମଂଗଳବାର ୪୫ ଦଶମିକ ୯ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି ।

weather

ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି । ୭ଟି ଅଞ୍ଚଳରେ ୪୪ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ମୋଟ୍ ୧୭ଟି ସ୍ଥାନରେ ୪୦ଡିଗ୍ରୀ ଉପରେ ରହିଛି ତାତି ।

ଜଳୁଛି ଉତ୍ତର ଭାରତ । ରାଜସ୍ଥାନ, ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ଯାଏଁ ଆକାଶରୁ ନିଆଁ ବର୍ଷା ହେଉଛି । ପାଣିପାଗ ବିଭାଗ ଅନୁସାରେ, ଆସନ୍ତା କିଛି ଦିନ ମଧ୍ୟରେ ତାତିରୁ ତ୍ରାହି ନାହିଁ । ତେବେ ଆଶା କରାଯାଉଛି, ମୌସୁମୀ ବାୟୁ ସକ୍ରିୟ ହେବା ପରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜସ୍ଥାନରେ ଲୁ ଚାଲିଛି । ଗତକାଲି ରାଜସ୍ଥାନର ଚୁରୁରେ ତାପମାତ୍ରା ୫୦.୫ ଡିଗ୍ରୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+