ପୁଣି ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା

ନିର୍ବାଚନ ସରିବାର ପ୍ରାୟ ସାଢେ ତିନି ମାସ ପରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଗୁରୁବାର ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

Prakash Behera

ବିଧାନସଭା ନିର୍ବାଚନରେ ସେ କଟକ-ବାରବାଟୀ ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ଆଉ ଆଜି ବିଜେଡିରୁ ଛାଡିବା ପରେ ପ୍ରକାଶଙ୍କ ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ କାହିଁକି ବିଜେଡି ଛାଡ଼ିଲେ ତାର କାରଣ ଜଣା ପଡ଼ିନାହିଁ।

ସାଧାରଣ ନିର୍ବାଚନ ୨୦୨୪ ସମୟରେ ଦଳ ଡିଆଁ ପର୍ବ ଜୋରଦାର ଚାଲିଥିବା ବେଳେ ବିଜେପିରୁ ଇସ୍ତଫା ଦେଇ ଏପ୍ରିଲ ୩ ତାରିଖରେ ବିଜେଡିରେ ମିଶିଥିଲେ ପ୍ରକାଶ ବେହେରା। ସେହି ସମୟରେ ପ୍ରକାଶ କହିଥିଲେ, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜେପି ଦଳକୁ ଆସିଥିଲି । ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେଇଥିଲି । ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କୁ ଦୀର୍ଘଦିନ ହେବ ଦଳ ଭିତରେ ଅଣଦେଖା କରାଯାଉଥିଲା । କର୍ମକର୍ତ୍ତାଙ୍କ ମତକୁ ବିଭିନ୍ନ ଫୋରମରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିଲା । ତୃଣମୂଳସ୍ତରର କର୍ମୀଙ୍କୁ ସମ୍ମାନ ମିଳୁନଥିଲା ଏବଂ ଅଣଦେଖା କରାଯାଉଥିଲା । ଜିଲ୍ଲା ସଭାପତି ଭାବେ ଏହା ମୋତେ ବାଧିଲା । ଯେଉଁଥିପାଇଁ ଦଳରୁ ଇସ୍ତଫା ଦେଇଥିଲେ ବୋଲି କହିଥିଲେ ପ୍ରକାଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+