ପୁଣି ବାତ୍ୟା ଆଶଙ୍କା ; ଲୋକେ ଛାନିଆ

ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା କମ୍‌ ।

rain

ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋଜେନେସିସ ଅନୁସାରେ ଅବପାତରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ମାତ୍ର ୩୩ ପ୍ରତିଶତ ରହିଛି । କିନ୍ତୁ ଏହାକୁ ନେଇ ପୁଣି ବାତ୍ୟା ଭୟ ଘନେଇବାରେ ଲାଗିଛି। କୁହାଯାଉଛି ପାଞ୍ଜି ଆକଳନ ସତ ହୋଇପାରେ। ତେବେ ଅକ୍ଟୋବର ବାତ୍ୟା ପରେ ନଭେମ୍ବର ବାତ୍ୟା ନେଇ ଲୋକେ ଛାନିଆ ହେଲେଣି।

ନିକଟରେ ଏବେ ଦାନାର ବୀଭିଷିକା ଦୃଶ୍ୟ ଆଖିରୁ ନ ଯାଉଣୁ ଅନ୍ୟପଟେ ଚର୍ଚ୍ଚା ହେଉଛି ଆଉ ଏକ ବାତ୍ୟା ନଭେମ୍ବରରେ ଆସିବ । ଏକଥା ଶୁଣି ଲୋକେ ଛାନିଆ ହେଲେଣି। କିନ୍ତୁ ଆଇଏମଡିର ଆକଳନ ଅନୁସାରେ ଏହି ସପ୍ତାହର ଶେଷ ଆଡକୁ ଦକ୍ଷିଣ ବଙ୍ଗେପାସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଦ୍ବିତୀୟ ସପ୍ତାହରେ ଏହା ଅବପାତର ରୂପନେଇ ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୭ରୁ ୧୧ ନଭେମ୍ଭର ଭିତରେ ପ୍ରବଳରୁ ଅତିପ୍ରବଳ ବର୍ଷା ତାମିଲନା ରାୟଲସୀମା ଓ କେରଳରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+