ପୁଣି ମହାପ୍ରଭୁଙ୍କ ନୀତି କାନ୍ତିରେ ବିଳମ୍ବ, ନଷ୍ଟ ହେଲା ମହାପ୍ରସାଦ
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି । ଶୁକ୍ରବାର ଦ୍ବିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ ରେ ଶେଷ ହୋଇଥିଲା।

ଠିକ ସମୟରେ ଆଡପ ଅବଢ଼ା ନ ବାହାରିବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନୀତିକାନ୍ତି ସୁଚାରୁରୂପେ କରାଯାଉ ନ ଥିବା ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି।
ଏହା ସହିତ ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି। ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବାକୁ ଦେବାକୁ ଦାବି ହୋଇଛି।
ଅନ୍ୟପକ୍ଷେ ଆଜି ମଧ୍ୟ ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି। ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ନୀତି ବିଳମ୍ବରେ ଶେଷ ହୋଇଛି। ନୀତିକାନ୍ତିରେ ବିଳମ୍ବ ଯୋଗୁ ଆଜି ମଧ୍ୟ ବିଳମ୍ବରେ ମହାପ୍ରସାଦ ବାହାରିପାରେ।












Click it and Unblock the Notifications