ଅନାସ୍ଥା ଭୋଟରେ ହାରିଗଲେ ମ୍ୟୁନିସିପାଲଟି ଅଧକ୍ଷା ସଂଯୁକ୍ତା ବେହେରା
ଅନାସ୍ଥାରେ ହାରିଲେ ଭବାନୀପାଟଣା ମ୍ୟୁନିସିପାଲଟି ଅଧକ୍ଷା ସଂଯୁକ୍ତା ଭବାନୀପାଟଣା ମୁନିସିପାଲଟି ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଛି। ଭୋଟିଂ ରେ ହାରିଲେ ବିଜେଡ଼ି ଅଧକ୍ଷା ସଂଯୁକ୍ତା ବେହେରା।

କଳାହାଣ୍ଡି ମୁନିସିପାଲଟି ଅଧ୍ୟକ୍ଷଙ୍କ ବିରୋଧରେ କରାଯାଇଥବା ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡ଼ିରୁ ୧୮ ଜଣ, କଂଗ୍ରେସରୁ ଜଣେ ଏବଂ ବିଜେପିରୁ ଜଣେ କାଉନସିଲର ମିଶି ତାଙ୍କ ବିରୋଧରେ ଭୋଟିଂ ଦେଇଥିଲେ। ସଂଯୁକ୍ତା ବେହେରା ବିଜେଡ଼ି ଅଧକ୍ଷ ହେଇଥିବା ସତ୍ବେ ବିଜେଡ଼ିର ୧୮ ଜଣ କାଉନସିଲର ତାଙ୍କର ମନମୁଖୀ କାର୍ଯ୍ୟ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ସୂଚନା ରହିଛି।
ଏମିତି କି ବିଜେଡ଼ି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନାସ୍ଥା ପ୍ରସ୍ତାବରୁ ହଟିବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିଦେର୍ଶରେ ଆଜି ଅନାସ୍ଥା ପ୍ରସ୍ତାବ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।












Click it and Unblock the Notifications