ରାଜଧାନୀରେ ମିଳିବ ଜଙ୍ଗଲ ବୁଲିବାର ମଜା, ସର୍ବସାଧାରଣଙ୍କ ପାଇଁ ଖୋଲିଲା ଆନନ୍ଦବନ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ଜଙ୍ଗଲ ବୁଲିବାର ମଜା । ରାଜ୍ୟବାସୀଙ୍କ କଳିଙ୍ଗ ନଗରରେ ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ ।

ନଗର ବନଖଣ୍ଡ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଉନ୍ନତୀକରଣ କାର୍ଯ୍ୟ କରାଯାଇଛି । ଶଙ୍କରପୁର ମୌଜାରେ ପ୍ରାୟ ୯୦ ଏକର ଅଞ୍ଚଳରେ ବିକଶିତ ହୋଇଛି ଏହି ଆନନ୍ଦବନ । ୩୦ କୋଟି ଟଙ୍କା ବ୍ୟୟର ଏହି ଆନନ୍ଦବନ ରାଜଧାନୀବାସୀଙ୍କୁ ସୁରମ୍ୟ ଅରଣ୍ୟର ଆନନ୍ଦ ଦେବ ।

ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । 5T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।

naveen patnaik

ସକାଳ ୫ଟାରୁୁ ଦିନ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ । ଏଠାରେ ସାଇକେଲିଂ ସହ, ଜଙ୍ଗଲ ବୁଲିବାର ମଜା ନେଇ ପାରିବେ ଲୋକେ । ଶୌଚାଳୟ, ଫୁଡ ଜୋନ, ବର୍ଷା ଆଶ୍ରୟସ୍ଥଳ, ପାର୍କିଂ ଭଳି ବ୍ୟବସ୍ଥା ରହିଛି । ଜଙ୍ଗଲ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ ।

ଏହା ମହାନଗରୀ, ବନଖଣ୍ଡ ଓ ଓଡ଼ିଶା ମାଇନିଂ କର୍ପୋରେସନ ବିଭାଗର ମିଳିତ ଉଦ୍ୟମର ଏକ ସଫଳ କୃତ୍ରିମ ପ୍ରାକୃତିକ ପରିବେଶ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଏହାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ୟ ପାର୍ଶ୍ବରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ । କୃତ୍ରିମ ଉପାୟରେ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି ।

ଆନନ୍ଦବନରେ ୫ଟି ଗେଟ ରହିଛି । ଜଙ୍ଗଲର ସୁରକ୍ଷା ଲାଗି ବ୍ୟାପକ ପରିମାଣର ସିସିଟିଭି ଲାଗିବା ସହିତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+