Get Updates
Get notified of breaking news, exclusive insights, and must-see stories!

କେନ୍ଦୁଝର କୋଭିଡ ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପିତ, ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ

କେନ୍ଦୁଝର ସ୍ଥିତ କୋଭିଡ ହସ୍ପିଟାଲରେ ସ୍ଥାପନ ହୋଇଛି ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ । ତେବେ ରାଜ୍ୟରେ ସରକାରୀ ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଭଳି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି ।

ଭୁବନେଶ୍ବର: ଦେଶରେ ମହାମାରୀ ସଙ୍କଟ ମଧ୍ୟରେ ଜୀବନ ରକ୍ଷାକାରୀ ଗ୍ୟାସ ଅକ୍ସିଜେନ ଏବେ ଅତ୍ୟାବଶ୍ୟକ ହୋଇପଡିଛି । ଏହି ପରିସ୍ଥିତିରେ ଓଡିଶା ବିଭିନ୍ନ ରାଜ୍ୟ ପାଇଁ ଦେବଦୂତ ସାଜି ନିରବଚ୍ଛିନ ଭାବେ ଅକ୍ସିଜେନ ଯୋଗାଇ ଚାଲିଛି । ତେବେ ଇତିମଧ୍ୟରେ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ଓଡିଶା ଆଉ ଏକ ସଫଳତା ସାଉଣ୍ଟିଛି ।

କେନ୍ଦୁଝର ସ୍ଥିତ କୋଭିଡ ହସ୍ପିଟାଲରେ ସ୍ଥାପନ ହୋଇଛି ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ । ତେବେ ରାଜ୍ୟର କୌଣସି ସରକାରୀ ହସ୍ପିଟାଲରେ ପ୍ରଥମଥର ପାଇଁ ଏଭଳି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏହି ଅକ୍ସିଜେନ ପ୍ଲାଣ୍ଟରେ ଦିନକୁ ସାଢେ ୮ ଲକ୍ଷ ଲିଟର ଅକ୍ସିଜେନ ପ୍ରସ୍ତୁତ ହୋଇପାରିବ ବୋଲି ସାମ୍ବାଦିକ ସମ୍ମଳନୀରେ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି । ପିଏସଏ ଟେକ୍ନୋଲୋଜିକୁ ନେଇ ଏହି ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯାଇଛି । ପ୍ରତିଘଣ୍ଟାରେ ପାଞ୍ଚଟି ଜମ୍ବୋ ସିଲିଣ୍ଡର ଯେଉଁ ଅକ୍ସିଜେନ୍ ଉତ୍ପାଦନ କରୁଛନ୍ତି ତାହା ଏହି ନୂତନ ପ୍ଲାଣ୍ଟ୍ ପୂରଣ କରିପାରିବ । ଫଳରେ ଅକ୍ସିଜେନ୍ ସିଲିଣ୍ଡର ଉପରେ ପଡୁଥିବା ଚାପକୁ ଏହା କମାଇ ପାରିବ ।

oxygen plant

ଗତ 10 ତାରିଖରୁ ଏହା କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ଜିଲ୍ଲା ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ ହୋଇଛି । ଏତିକି ଅକ୍ସିଜେନରେ ପ୍ରାୟତଃ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଛନ୍ତି ଶ୍ରୀ ଠାକରେ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କରି ନିର୍ଦ୍ଦେଶ କ୍ରମେ ଏହି ପ୍ଲାଣ୍ଟର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ଏବଂ କମ୍ ସମୟରେ ଶେଷ କରାଯାଇଥିଲା ବୋଲି ସେ କହିଛନ୍ତି ।

ଅକ୍ସିଜେନ୍

ଉଲ୍ଲେଖଥାଉ କି, ବିଗତ 20 ଦିନ ମଧ୍ୟରେ ଓଡିଶା ଦେଶର ବିଭିନ୍ନ ରାଜ୍ୟକୁ 604ଟି ଟ୍ୟାଙ୍କରରେ ପ୍ରାୟ 11121.419 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ସାରିଲାଣି । ଯାହା ମଧ୍ୟରେ ଅନୁଗୋଳରୁ 58ଟି ଟ୍ୟାଙ୍କରରେ 962.202 ମେଟ୍ରିକ ଟନ, ଢେଙ୍କାନାଳରୁ 164 ଟ୍ୟାଙ୍କରରେ 2605.53 ମେଟ୍ରିକ ଟନ, ଯାଜପୁରରୁ 141ଟି ଟ୍ୟାଙ୍କରରେ 2920.812 ମେଟ୍ରିକ ଟନ ଓ ରାଉରକେଲାରୁ 241ଟି ଟ୍ୟାଙ୍କରରେ 4632.875 ମେଟ୍ରିକ ଟନ୍ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇ ସାରିଥିବା ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+