ଆଉ ନିସ୍ତାର ନାହିଁ, ଆମ ଓଡ଼ିଶା ନବୀନ ଓଡ଼ିଶାରେ ହେବ ଖୋଳତାଡ, ସୂଚନା ଦେଲେ ମନ୍ତ୍ରୀ

ଆକ୍ସନ ମୁଡ଼ରେ ରାଜ୍ୟ ସରକାର। ଆଉ ନିସ୍ତାର ନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ମିଳିଥିବା ଅନୁଦାନର ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ମୋହନ ସରକାର। ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ama odisha naveen odisha

ସେ କହିଛନ୍ତି, ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ ଲକ୍ଷ ଟଙ୍କା ବିଷୟରେ ପଞ୍ଚାୟତିରାଜ ବିଭାଗରେ କୌଣସି ତଥ୍ୟ ନାହିଁ। ଏହି ଯୋଜନା ବାବଦରେ ବିଭାଗ ଅବଗତ ନାହିଁ। ଏପରି କୌଣସି ଯୋଜନା ନଥିଲା। ତୃତୀୟ ମହଲା ମନିଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲେ। କିଏ କରୁଛି, କେତେ କାମ ହେଉଛି ବିଭାଗୀୟ ସଚିବ କିଛି ଜାଣୁ ନଥିଲେ। ରାମ ଭରସାରେ ଏହା ଚାଲିଥିଲା। ବିଭାଗରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ ଓ ଲୋକଲୋଚନକୁ ଅଣାଯିବ।

ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କୁ ଭେଟି ଓ ତାଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବା ପରେ ଗଣମାଧ୍ୟମ ଆଗରେ ଏପରି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ଗତ ଅକ୍ଟୋବର ୨୩ ତାରିଖରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ଆରମ୍ଭ ହେବା ପରେ ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଫଳରେ ସ୍ଥାନୀୟ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ କରାଯିବ। ତାହା ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ କରିବା ଆଦି କାମ ଅନ୍ତର୍ଭୁକ୍ତ ଥିଲା।

କିନ୍ତୁ ଏଥିରେ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତିସଭ୍ୟ ପ୍ରମୁଖଙ୍କୁ ଉପେକ୍ଷା କରାଯାଇଥିଲା। ସରକାରୀ ଅଧିକାରୀ ସମ୍ପୂର୍ଣ୍ଣ ପ୍ରକଳ୍ପ ଚୟନ କରିବେ ଓ ତାଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଠିକାଦାରଙ୍କ ଜରିଆରେ ଏହି କାମ କରାଇବେ ବୋଲି ଉଲ୍ଲେଖ ଥିଲା।

ଏହାକୁ ଜନପ୍ରତିନିଧିମାନେ ବିରୋଧ କରିବା ସହ ଆଇନର ଆଶ୍ରୟ ନେଇଥିଲେ। ବହୁ ଜନପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ସମଗ୍ର ରାଜ୍ୟରୁ ପ୍ରାୟ ୪୨ଟି ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+