ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷପ , ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଖୋଲିଲା ବୟନିକା ସୋରୁମ୍

ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବ ଓଡ଼ିଶାର ହସ୍ତତନ୍ତ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ ବିମାନବନ୍ଦରରେ ଓଡିଶା ହସ୍ତତନ୍ତ କିଣିପାରିବେ।

mohanchara majhi

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋରୁମ୍। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । କେବଳ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ହିଁ ବିକ୍ରି ହେବ ଏହି ଷ୍ଟଲରେ।

କୋଟପାଡ ହସ୍ତତନ୍ତ ବସ୍ତ୍ର, ଓଡିଶା ଇକତ୍, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ବସ୍ତ୍ର, ବୋମକେଇ ଶାଢୀ, ହାବାସପୁରୀ ଶାଢୀ ଓ ବସ୍ତ୍ର, ବ୍ରହ୍ମପୁର ଫୋଡାକୁମ୍ଭ ଶାଢୀ ଏବଂ ଖଣ୍ଡୁଆ ଶାଢ଼ୀ ଓ ବସ୍ତ୍ର କିଣିପାରିବେ ଗ୍ରାହକ। ଖୁବ ଶୀଘ୍ର ଏହି ସୁବିଧା ପାଇବେ ବିମାନଯାତ୍ରୀ । ବିମାନବନ୍ଦରରେ ବହୁ ଅନ୍ତର୍ଜାତୀୟ କମ୍ପାନୀ ନିଜର ସାମଗ୍ରୀ ବିକ୍ରି କରୁଥିବାବେଳେ ଏଣିକି ବୟନିକାରେ ବିକ୍ରି ହେବ ଓଡ଼ିଶାର ନିଜସ୍ବ ହସ୍ତତନ୍ତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+