ଆସନ୍ତା ୨ ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟମାନେ ଭାଗ ନେବେ।
ତେବେ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ବେଳେ ତାରିଖ ଓ ଶୁଭ ବେଳା ସ୍ଥିର କରାଯିବ। ଏଥିସହ ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ ଚୂଡାନ୍ତ ହେବ। ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ମହାପ୍ରଭୁଙ୍କୁ ନୂତନ ରତ୍ନ ପଲଙ୍କ ସେଟ୍ କେବେ ବ୍ୟବହାର ହେବ ସେନେଇ ଆଲୋଚନା ହେବ।

ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ, ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ମଧ୍ୟ ହେବ ଆଲୋଚନା। ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications