ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିବ ବୈଠକ । ବୈଠକରେ ଆସନ୍ତା ମାର୍ଚ୍ଚ ୨ ତାରିଖରେ ମେଣ୍ଢାପୋଡି ଏବଂ ୩ ତାରିଖରେ ଦୋଳପୂର୍ଣ୍ନିମା ନୀତି ଉପରେ ବିସ୍ତୃତ ଆଲୋଚନା ହେବ । ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ।

Chhattisaniyoga

ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତିରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯିବ । ତେଣୁ ଦୋଳପୂର୍ଣ୍ଣିମା ପୂର୍ବଦିନ କେଉଁ ସମୟରେ ଦ୍ୱାରଫିଟା କରାଯାଇ ନୀତି ବଢିବ ସେନେଇ ଯୁଗ୍ମ ବୈଠକରେ ବିସ୍ତୃତ ଆଲୋଚନା କରାଯିବ । ସେପଟେ ଦୋଳପୂର୍ଣ୍ଣିମାରେ ଦିନ ପରିବର୍ତ୍ତେ ରାତିରେ ମହାପ୍ରଭୁଙ୍କ ସୁନାବେଶ,ଦୋଳବେଦୀକୁ ଦିଅଁ ବିଜେ ନୀତି ଥିବାରୁ ବୈଠକରେ ସମୟସୀମା ଚୂଡାନ୍ତ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+