ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି ଟଙ୍କା ବ୍ୟୟ ବରାଦ
୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ ହଜାର ୪୯୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଆରମ୍ଭ ହୋଇଛି ନୂଆ ମିଶନ ପାୱାର । ରାସ୍ତା ନଥିବା ଗାଁ ଗୁଡିକୁ ସଡ଼କ ସହ ଯୋଡ଼ିବା ପାଇଁ ପାୱାର ଅଧୀନରେ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ନୂଆ ଯୋଜନା ଭିବି ଜୀ ରାମ ଜୀ ପାଇଁ ୫ ହଜାର ୫୭୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଭିବି ଜୀ ରାମ ଜୀ ଲାଗୁ ନ ହେବା ପର୍ଯ୍ୟନ୍ତ, ମନରେଗା କାର୍ଯ୍ୟକାରୀ ହେବ । ଏଥିରେ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦାଦନ ସମସ୍ୟା ଦୂର କରିବାକୁ ଆରମ୍ଭ ହେବ ଡାଲଖାଇ ଯୋଜନା । ଆସନ୍ତା ଆର୍ଥିକ ବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ମିଶନର ଦ୍ବିତୀୟ ପର୍ଯ୍ୟାୟ ।
ବସୁଧାନ ପାଇଁ ୧୪୯୫ କୋଟି ଟଙ୍କା ଏବଂ ଜଳ ଜୀବନ ମିଶନ ପାଇଁ ୭ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି । ଗ୍ରାମାଞ୍ଚଳ ପାଇଁ State Support for Rural Piped Water Supply Projects ଆରମ୍ଭ ହେବ । ଏଥିରେ ୮୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବିତ ରହିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications