ଶହୀଦ ବାଜିରାଉତ ଓ ଲୋକନାୟକ ଜୟପ୍ରକାଶଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ସ୍ଵାଧୀନତା ସଂଗ୍ରାମରେ ଶହୀଦ ବାଜିରାଉତଙ୍କ ତ୍ୟାଗ ଓ ସାହସର ପଟାନ୍ତର ନାହିଁ । ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ବ୍ରିଟିଶ ଫୌଜଙ୍କ ଗୁଳିରେ ପ୍ରାଣବଳୀ ଦେଇଥିବା ବାଜିରାଉତ ଦେଶର କନିଷ୍ଠତମ ଶହୀଦ ଭାବରେ ସ୍ମରଣୀୟ ।
ଭୁବନେଶ୍ୱର : ସ୍ଵାଧୀନତା ସଂଗ୍ରାମରେ ଶହୀଦ ବାଜିରାଉତଙ୍କ ତ୍ୟାଗ ଓ ସାହସର ପଟାନ୍ତର ନାହିଁ । ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ବ୍ରିଟିଶ ଫୌଜଙ୍କ ଗୁଳିରେ ପ୍ରାଣବଳୀ ଦେଇଥିବା ବାଜିରାଉତ ଦେଶର କନିଷ୍ଠତମ ଶହୀଦ ଭାବରେ ସ୍ମରଣୀୟ । ଅନୁରୂପ ଭାବରେ ଲୋକନାୟକ ଜୟପ୍ରକାଶ ନାରାୟଣ ସ୍ଵାଧୀନତା ସଂଗ୍ରାମ , ଭୂଦାନ ଆନ୍ଦୋଳନ ଏବଂ ' ସଂପୂର୍ଣ୍ଣ କ୍ରାନ୍ତି'ର ଅନ୍ୟତମ ନାୟକ ଭାବରେ ଅତୁଳନୀୟ ଅବଦାନ ରହିଛି ।

ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଓ ଦେଶଭକ୍ତିର ପ୍ରତୀକ ଥିଲେ ବାଜି ରାଉତ ବୋଲି ସେ କହିଥିଲେ । ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଜୟପ୍ରକାଶ ନାରାୟଣ ଧନୀ ଓ ଗରିବଙ୍କ ମଧ୍ୟରେ ତଫାତ୍ରକୁ ହ୍ରାସ କରିବା , କ୍ଷମତା ଲିପ୍ସୁ ନହୋଇ ଦେଶର ସେବାରେ ନିଜକୁ ବ୍ରତୀ କରିବାକୁ ଚାହୁଁଥିଲେ । ଦେଶ ସ୍ଵାଧୀନ ହେଲେ ସମସ୍ତେ ସମାନ ସୁବିଧା ଓ ସମାନ ଅଧିକାର ପାଇବେ ବୋଲି ଜୟପ୍ରକାଶ ଯେଉଁ ସ୍ଵପ୍ନ ଦେଖୁଥିଲେ , ସେହି ସାମ୍ୟବାଦର ଆବଶ୍ୟକତା ଏବେ ବି ରହିଛି । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜୟପ୍ରକାଶ ନାରାୟଣ ଓ ବାଜି ରାଉତଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ , ସରକାରୀ ଉଦ୍ୟୋଗ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ' ଉତ୍କଳ ପ୍ରସଙ୍ଗ ' ଓ ' ଓଡ଼ିଶା ରିଭ୍ୟୁ'ର ସଂପାଦକ ଡ . ଲେନିନ୍ ମହାନ୍ତ ତାଙ୍କ ବକ୍ତବ୍ୟରେ ଶହୀଦ ବାଜିରାଉତଙ୍କ ଅନନ୍ୟ ବଳିଦାନ ଉତ୍ତରପିଢ଼ିଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ବେଳେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଗଣତନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ କ୍ରାନ୍ତିର ଆହ୍ଵାନ ଦେଇଥିଲେ ବୋଲି ମତ ପ୍ରକାଶ କରିଥିଲେ ।
ଉତ୍କଳ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟ , ଅତ୍ୟାଚାର ବିରୁଦ୍ଧରେ ବାଜିରାଉତଙ୍କର ସଂଗ୍ରାମୀ ଚିନ୍ତାଧାରା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଦେଶର ସ୍ୱାର୍ଥ ପାଇଁ କ୍ରାନ୍ତିକାରୀ ବିପ୍ଳବ ଦିଗରେ ଜୟପ୍ରକାଶ ନାରାୟଣଙ୍କର ଭୂମିକା ସଂପର୍କରେ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ । ଦେଶ ପାଇଁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ଓ ଆଦର୍ଶ ସଂପର୍କରେ ଅଲୋକପାତ କରିବା ସହ 12 ବର୍ଷର ବାଳକ ବାଜିରାଉତଙ୍କର ଦେଶ ପାଇଁ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବାଜିରାଉତଙ୍କ ତ୍ୟାଗ ଅପୂର୍ବ ଦେଶଭକ୍ତିର ପ୍ରମାଣ ବୋଲି କହିଥିଲେ । ସେହିପରି ଲୋକନାୟକ ଜୟପ୍ରକାଶ ନାରାୟଣ ଦୁର୍ନୀତି ଓ ଗଣତାନ୍ତ୍ରିକ ଶାସନରେ ସ୍ୱେଚ୍ଛାଚାରିତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶହୀଦ ବାଜିରାଉତ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।












Click it and Unblock the Notifications