Get Updates
Get notified of breaking news, exclusive insights, and must-see stories!

ଗ୍ରାମୀଣ ଜୀବିକା ମିଶନ ପାଇଁ ୧୩୩୩ କୋଟି

ରାଜ୍ୟ ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଏନଆରଏଲଏମ ପାଇଁ ୧୩୩୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ବିଭାଗ ପାଇଁ ଆବଣ୍ଟନ ୨୮୦୪ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।

mohan majhi

ଲିଙ୍ଗଗତ ସମାନତା ଯୋଜନା ପାଇଁ ୧୮ ହଜାର ୯୫୭ କୋଟି ଟଙ୍କା ରହିଛି । ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି ରହିଛି । ଅସମ୍ପୁର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରକୁ ସମୟ ଭିତ୍ତିରେ ସଂପୂର୍ଣ୍ଣ କରାଯିବ । କ୍ରେଚ ସୁବିଧା ନିର୍ମାଣ ପାଇଁ ବ୍ୟୟବରାଦ ୧୫ ଲକ୍ଷ ବ୍ୟୟବରାଦ କରାଯାଇଛି । କ୍ରେଚ ସୁବିଧା ଥିବା ଅଙ୍ଗନବାଡି ନିର୍ମାଣ ପାଇଁ ୨୦ ଲକ୍ଷ ଧାର୍ଯ୍ୟ ରଖାଯାଇଛି ।୨୩ଟି ଜିଲ୍ଲା ମୁଖ୍ୟାଳୟରେ ନିର୍ମାଣ ହେବ ବାତ୍ସଲ୍ୟ ସଦନ । ପିଲାଙ୍କ ସୁରକ୍ଷାକୁ ମଜଭୁତ କରିବା ପାଇଁ ଯୋଜନା କରାଯାଇଛି । ଶିଶୁ ଗୃହ, ଶିଶୁ କଲ୍ୟାଣ କମିଟି ପାଇଁ ୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+