ବଜେଟ୍ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ, ବିଭିନ୍ନ ଦଳର ନେତା ହେଲେ ସାମିଲ

ବିଧାନସଭା ବଜେଟ୍ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଆଜି ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ଦଳର ନେତା ମାନେ ସାମିଲ ଅଛନ୍ତି ।

Odisha Aseembly

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଆଜି ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ଦଳର ନେତା ମାନେ ସାମିଲ ଅଛନ୍ତି । ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜୂରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରସାନ୍ତ ମୁଦୁଲି ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ।

ସେହିପରି ଏହି ବୈଠକରେ ବିରୋଧି ଦଳର ନେତା ଜୟନାରୟଣ ମିଶ୍ର, ମୋହନ ମାଝୀ ଏବଂ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ଏବଂ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ତା ମଧ୍ୟ ଯୋଗ ଦେଇଥିଲେ ।

ସେହିପରି ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଡିଜିଙ୍କ ସମେତ ପୋଲିସ, କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଏବଂ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ମଧ୍ୟ ସରୁରକ୍ଷା ଯାଞ୍ଚ କରିଛନ୍ତି ।

ବିଧାନସଭା ଆଖପାଖ ଅଞ୍ଚଳରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୨ ଜଣ ଏନ୍ସପେକ୍ଟର, ୨୦୦ ଜଣ କନେଷ୍ଟବଳ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+