ଅମୃତ ଭାରତ ଷ୍ଟେସନ୍; ରେଳ କ୍ଷେତ୍ରରେ ଓଡ଼ିଶାକୁ ୨୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉପହାର

ଅମୃତ ଭାରତ ଷ୍ଟେସନ୍ ଗୁଡ଼ିକ ଆତ୍ମନିର୍ଭର ଭାରତର ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଜି ଓଡ଼ିଶା ସମେତ ଦେଶର ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମୃତ ଭାରତ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ରେଳ ଲାଇନ ଆମ ଦେଶର ସମୃଦ୍ଧିର ପ୍ରତୀକ । ଏହାକୁ ଗତି ଦେବା ପାଇଁ ମୋଦୀ ସରକାରଙ୍କ ତରଫରୁ ଓଡ଼ିଶାକୁ ଆଜି ରେଳବାଇ କ୍ଷେତ୍ରରେ ୨୩୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଉପହାର ମିଳିଛି ।

ଦେଶରେ ପ୍ରାୟ ୫୫୪ଟି ରେଳଷ୍ଟେସନର ପୁନଃବିକାଶ ହୋଇଥିବା ବେଳେ ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ ହୋଇଛି ଏବଂ ଏଥିପାଇଁ ମୋଦୀ ସରକାର ଓଡ଼ିଶା ପାଇଁ ୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ଓଡ଼ିଶାରେ ୫୨ଟି ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ହୋଇଛି । ଏହି ୫୨ଟି ପ୍ରକଳ୍ପ ପାଇଁ ମୋଟ ୧୪୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Amrit Bharat Station scheme: Dharmendrapradhan

ସେ ଆହୁରି କହିଛନ୍ତି ଯେ ଆଜି ଅମୃତ ଭାରତ ରେଳ ଷ୍ଟେସନ ଅଧୀନରେ ୧୨.୮ କୋଟି ଟଙ୍କା ବ୍ୟୟରେ ତାଳଚେର ଷ୍ଟେସନକୁ ବିକଶିତ କରାଯାଉଛି । ୨୩.୭୬ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ସିଟି ଷ୍ଟେସନ, ୧୮.୭୭ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡା ରୋଡ୍, ୧୮୫ କୋଟି ଟଙ୍କା ବ୍ୟୟରେ ଭଦ୍ରକ, ୧୯୭.୪ କୋଟି ବ୍ୟୟରେ ବାଲେଶ୍ୱର ରେଳ ଷ୍ଟେସନ, ୧୭.୫୦ କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଷ୍ଟେସନ ସହ ୨୧ଟି ଷ୍ଟେସନର ନବୀକରଣ ହେବ । ଏହି ପଦକ୍ଷେପ ଯାତ୍ରୀ ସୁବିଧାକୁ ଆହୁରି ସୁଗମ କରିବ । ଏହାବ୍ୟତିତ ରେଳବାଇ ପକ୍ଷରୁ ୨୫ କୋଟି ୪୧ ଲକ୍ଷ ବ୍ୟୟରେ ଅନୁଗୋଳ ଷ୍ଟେସନର ଉନ୍ନତିକରଣ ମଧ୍ୟ ହେଉଛି । ୨୬ କୋଟି ୧୧ ଲକ୍ଷ ବ୍ୟୟରେ ଢେଙ୍କାନାଳ ଷ୍ଟେସନ ଓ ୨୨ କୋଟି ବ୍ୟୟରେ ମେରାମୁଣ୍ଡଳି ଷ୍ଟେସନକୁ ବିକଶିତ କରାଯାଉଛି ।

ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି । ଖୁବ ଶୀଘ୍ର ତାଳଚେର ବିମଳାଗଡ ରେଳ ଲାଇନ ସମ୍ପୂର୍ଣ୍ଣ ହେବ । ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନ ବି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇସାରିଛି । ତାଳଚେର-ଅନୁଗୋଳ ଲୁପ୍ ଲାଇନ ପାଇଁ ଭାରତ ସରକାର ନିୟମିତ ଭାବେ ଅର୍ଥ ମଞ୍ଜୁର ପ୍ରଦାନ କରିଛନ୍ତି । ତେବେ ତାଳଚେର -ବିମଳାଗଡ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି । ରାଜ୍ୟ ଶାସନ ଦାୟିତ୍ୱରେ ଥିବା ଲୋକମାନେ ତାଳଚେର ଅଞ୍ଚଳର ଲୋକଙ୍କ ଆକାଂକ୍ଷାକୁ ସମ୍ମାନ ଦେବା ଉଚିତ୍ । ମୋଦି ସରକାର ପୂର୍ବରୁ ରେଳବାଇ କ୍ଷେତ୍ରରେ ଦେଶରେ ବାର୍ଷିକ ହାରାହାରି ୩ ଲକ୍ଷ କୋଟି ଟଙ୍କାର କାମ ହେଉଥିଲା ମାତ୍ର ଏବେ ମୋଦି ସରକାରରେ ବାର୍ଷିକ ହାରାହାରି ୧୧ ଲକ୍ଷ କୋଟି ଟଙ୍କାର କାମ ହେଉଛି । ରେଳ ପ୍ରକଳ୍ପ ଗୁଡିକ କ୍ରିୟାନ୍ୱୟନ ହେବା ମୂଳ ବିଷୟ ।

ମୋଦୀ ସରକାରରେ ରେଳ ଭିତ୍ତିଭୂମି ତ୍ୱରାନ୍ୱିତ ହୋଇଛି । ଅର୍ଥର ଅଭାବ ନାହିଁ । କେବଳ ସହଯୋଗର ଆବଶ୍ୟକତା ଅଛି । ଭିତ୍ତିଭୂମି ଦୃଷ୍ଟିରୁ ତାଳଚେର, ଅନୁଗୋଳ ସମେତ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ କରିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଆମର ଦାୟିତ୍ୱ ହେଉଛି, ତାଳଚେର ଓ ଅନୁଗୋଳକୁ ସବୁ ଦୃଷ୍ଟିରୁ ବଡ଼ କରିବା । ଅଭିମାନ ଓ ସ୍ୱାଭିମାନ ପାଇଁ ଆମ ପୂର୍ବପୁରୁଷମାନେ ଯେଉଁ ଲଢେଇ କରିଥିଲେ, ସେହି ପରମ୍ପରାକୁ ବଜାୟ ରଖିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+