ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ; ସପ୍ତାହକୁ ଚାଲିବ ଥରେ
ଓଡ଼ିଶାରେ ପହଞ୍ଚିଛି ଅମୃତ ଭାରତ ଏକ୍ସପ୍ରେସ । ପ୍ରତି ରେଳ ଷ୍ଟେସନରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରୁଛନ୍ତି । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରେ ଅମୃତ ଭାରତ ଟ୍ରେନକୁ ସ୍ୱାଗତ କରିଛନ୍ତି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବ । ଅନ୍ୟଟି ମାଲଦା ଟାଉନରୁ ବାଙ୍ଗାଲୁରୁ ଅଭିମୁଖେ ଚାଲିଛି ।
ଏହି ଟ୍ରେନ୍ ୫ଟି ରାଜ୍ୟ ଦେଇ ଗତି କରିବ, ଏହା ମଧ୍ୟରେ ଓଡ଼ିଶା ରହିଛି । ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ପରେ ବ୍ରହ୍ମପୁର ଦେଇ ଚାଲିବ ଟ୍ରେନ ।
ଅମୃତ ଭାରତ ଏକ୍ସପ୍ରେସ୍ ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତମାନର ଲଗେଜ ୟାର୍କ, ଏଲଇଡି ଲାଇଟ୍, ସିସିସିଟି ଭଳି ସୁବିଧା ରହିବ ।
ବେଙ୍ଗାଲୁରୁରୁ ଅମୃତ ଭାରତ ଟ୍ରେନ୍କୁ କଟକ ରେଳ ଷ୍ଟେସନରେ ଜୋରଦାର ସ୍ୱାଗତ । ପତାକା ଦେଖାଇ ଯାତ୍ରାର ଶୁଭ ଆରମ୍ଭ କରାଯାଇଛି । ସକାଳ ସାତଟା ସମୟରେ ଏହି ଟ୍ରେନ କଟକ ଷ୍ଟେସନରୁ ଛାଡିଛି। ଏହି ସମୟରେ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଓ ଵିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଅମୃତ ଭାରତ ଟ୍ରେନରେ ଜେନେରାଲ କୋଚ୍ ସହ ସେକେଣ୍ଡ କ୍ଲାସ୍ ସ୍ଲିପର କୋଚ୍ ରହିଛି ।

ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଞ୍ଜନ ସହିତ ଚଳାଚଳ କରିବ । ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ। ମୋଡ଼, ସେତୁ ଓ ଷ୍ଟେସନ ଆଦି ସ୍ଥାନରେ ଏହି ଟେକ୍ନୋଲୋଜି ସମୟ ବଞ୍ଚାଇବ । ଅମୃତ ଭାରତ ଟ୍ରେନ୍ ରେ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଓ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ । ଏହି ନନ୍ ଏସି ଟ୍ରେନ୍ ରେ କବଚ ଟେକ୍ନୋଲୋଜି ଲାଗିଛି। ଏଥିରେ ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲ୍ଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇ ଦିଆଯିବ।












Click it and Unblock the Notifications