୨୬ରେ ଧାମନଗର ଗସ୍ତରେ ଆସିବେ ଅମିତା ଶାହ, ସାଆଁଳପୁରରେ କରିବେ ସଭା

ମାର୍ଚ୍ଚ ୨୬ ତାରିଖରେ ଧାମନଗର ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ । ଭଦ୍ରକ ଜିଲ୍ଲା ଧାମନଗର ମଣ୍ତଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ । ସଭା ପୂର୍ବରୁ ଆରଡ଼ି ଆଖଣ୍ତଳମଣୀ ପୀଠ ଯାଇ ଦର୍ଶନ କରିବେ ।

amit shah

ଭୁବନେଶ୍ୱର: ମାର୍ଚ୍ଚ ୨୬ ତାରିଖରେ ଧାମନଗର ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ । ଭଦ୍ରକ ଜିଲ୍ଲା ଧାମନଗର ମଣ୍ତଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ । ସଭା ପୂର୍ବରୁ ଆରଡ଼ି ଆଖଣ୍ତଳମଣୀ ପୀଠ ଯାଇ ଦର୍ଶନ କରିବେ । ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସମାନ୍ତସିଂହାର ସୂଚନା ଦେଇଛନ୍ତି ।

ଚଳିତ ମାସ ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମେ ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ବାବା ଆଖଣ୍ତଳମଣିଙ୍କ ଦର୍ଶନ କରିବେ । ଏହାପରେ ଶାହା ଧାମନଗର ନିର୍ବାଚନମଣ୍ତଳୀର ସାଆଁଳପୁର ପଡ଼ିଆରେ ଏକ ବିରାଟ ସାଧାରଣ ସଭ କରିବେ ଯେଉଁଠି ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଏହା ସହ ବିପେଜିର କର୍ମୀମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସଭା ପରେ ଭୁବନେଶ୍ୱର ଫେରି ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+