ଆସୁଛନ୍ତି ଅମିତ ଶାହା, କଟକରେ ସୁରକ୍ଷା ପାଇଁ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥି ପାଇଁ କମିସନରେଟ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥି ପାଇଁ କମିସନରେଟ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି କଟକ ଗସ୍ତରେ ରହିବେ ଅମିତ ଶାହା । ଏଥିପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ, ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ କର୍ମଚାରୀ ଓ ଅଧିକାରୀ ମୁତୟନ ରହିବେ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ଶାହଙ୍କ ଓଡିଶା ଗସ୍ତ ସୂଚୀ ଅନୁଯାୟୀ, ରବିବାର ଭୁବନେଶ୍ବରରେ ପହଞ୍ଚିବେ ଓ ରାତିରେ ରାଜଧାନୀରେ ରାତ୍ରି ଯାପନ କରିବେ । ପରେ ସୋମବାର କଟକ ଗସ୍ତ କରିବେ । କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର ୭୫ ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅମିତ ଶାହା ଭୁବନେଶ୍ୱରରୁ କଟକ ସିଧାସଳଖ ରୋଡ ମାଧ୍ୟମରେ ଆସିବେ । କାରକେଡ ମାଧ୍ୟମରେ ଶାହା ଇଣ୍ଡୋର ଷ୍ଟାଡିୟମ୍ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ବିଜେପି ପକ୍ଷରୁ ବିଭିନ୍ନ ଛକରେ ଶାହାଙ୍କୁ ଭବ୍ୟ ସ୍ଵାଗତ କରାଯିବ।












Click it and Unblock the Notifications